ଗର୍ଭବତୀ ସ୍ତ୍ରୀକୁ ଛାଡ଼ପତ୍ର ଦେବା ପାଇଁ ରଚିଲେ ଭୟଙ୍କର ଷଡ଼ଯନ୍ତ୍ର! ବାହାନା କରି ଲଗାଇ ଦେଲେ HIV ସଂକ୍ରମିତ ଇଞ୍ଜେକ୍ସନ

ଆନ୍ଧ୍ର ପ୍ରଦେଶରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ବ୍ୟକ୍ତି ନିଜ ସ୍ତ୍ରୀକୁ ଛାଡ଼ପତ୍ର ଦେବା ପାଇଁ ଭୟଙ୍କର ଷଡ଼ଯନ୍ତ୍ର ରଚିଥିଲେ। କାହିଁକି ନା, ଅଭିଯୁକ୍ତ ସ୍ୱାମୀ କୌଣସି ବି ପ୍ରକାରେ ସ୍ତ୍ରୀକୁ ଛାଡ଼ପତ୍ର ଦେବାକୁ ଚାହୁଁଥିଲେ। ଅଭିଯୋଗ ରହିଛି ଯେ ତାଙ୍କ ସ୍ତ୍ରୀ ଗର୍ଭବତୀ ଥିଲେ। ସ୍ୱାମୀ ଜଣକ ତାଙ୍କୁ ଉତ୍ତମ ଚିକିତ୍ସା ବାହାନାରେ ହସ୍ପିଟାଲ ନେଇ ଯାଇଥିଲେ ଏବଂ ସେଠାରେ ଜାଣିଶୁଣି ଏଚ୍‌ଆଇଭି ସଂକ୍ରମିତ ରକ୍ତର ଇଞ୍ଜେକ୍ସନ ଲଗାଇ ଦେଇଥିଲେ।

ଅଭିଯୁକ୍ତ ଏହି ଷଡ଼ଯନ୍ତ୍ର ଜଣେ ଡାକ୍ତରଙ୍କ ସହ ମିଶି କରିଥିଲେ। ସ୍ୱାମୀ ଏବଂ ଡାକ୍ତର ଜଣକ ମହିଳାଙ୍କୁ ପ୍ରେଗ୍‌ନାନ୍ସିରେ ଭଲ ସ୍ୱାସ୍ଥ୍ୟ ହେବାର ଲୋଭ ଦେଖାଇ ଇଞ୍ଜେକ୍ସନ ଦେଇଥିଲେ। ପରେ ମହିଳାଙ୍କୁ ଯେତେବେଳେ ଏ ବିଷୟରେ ଜଣା ପଡ଼ିଥିଲା, ତ ତାଙ୍କ ପାଦ ତଳୁ ମାଟି ଖସି ଯାଇଥିଲା। ପୀଡ଼ିତା ଏବେ ଏ ନେଇ ଥାନାରେ ଅଭିଯୋଗ କରିଛନ୍ତି।

ମହିଳାଙ୍କ ଅଭିଯୋଗ ଆଧାରରେ ଅଭିଯୁକ୍ତ ଏମ୍‌. ଚରଣଙ୍କ ବିରୋଧରେ ପୋଲିସ ମାମଲା ରୁଜୁ କରିବା ସହ ତାଙ୍କୁ ଗିରଫ କରିଛି। ଏମ୍‌. ଚରଣ ଜଣେ ଡାକ୍ତରଙ୍କ ସହାୟତାରେ ନିଜ ଗର୍ଭବତୀ ସ୍ତ୍ରୀଙ୍କ ଶରୀରରେ ଏଚ୍‌ଆଇଭି ସଂକ୍ରମିତ ରକ୍ତ ଇଞ୍ଜେକ୍ଟ କରିଥିଲେ। ଚିକିତ୍ସା ସମୟରେ ପୀଡ଼ିତାଙ୍କୁ ସଙ୍ଗେ ସଙ୍ଗେ ହସ୍ପିଟାଲ ନିଆଯାଇଥିଲା। ତାଙ୍କୁ କୁହାଯାଇଥିଲା କି, ଏହି ଇଞ୍ଜେକ୍ସନ ଗର୍ଭାବସ୍ଥା ସମୟରେ ଭଲ ସ୍ୱାସ୍ଥ୍ୟ ପାଇଁ ଲଗାଯାଉଛି।

ପୀଡ଼ିତାଙ୍କ କହିବା ହେଲା, ଏକ ହସ୍ପିଟାଲରେ ନିଜର ସ୍ୱାସ୍ଥ୍ୟ ପରୀକ୍ଷା କରାଇବା ପରେ ସେ ଜାଣିବାକୁ ପାଇଥିଲେ କି, ସେ ଏଚ୍‌ଆଇଭି ପଜିଟିଭର ଶିକାର ହୋଇଛନ୍ତି। ଅଭିଯୁକ୍ତ ସ୍ୱାମୀ ତାଙ୍କୁ ଛାଡ଼ପତ୍ର ଦେବାକୁ ଚାହୁଁଛନ୍ତି। ମହିଳାଙ୍କ ଅଭିଯୋଗ ମୁତାବକ, ତାଙ୍କ ସ୍ୱାମୀ ତାଙ୍କୁ ଯୌତୁକ ପାଇଁ ପ୍ରତାଡ଼ିତ କରୁଥିଲେ। ସେମାନଙ୍କର ଏକ ଝିଅ ଅଛି। ହେଲେ ସ୍ୱାମୀ ପୁଅ ଚାହୁଁଥିଲେ। ପୁଅ ଜନ୍ମ କରିବା ପାଇଁ ତାଙ୍କ ଉପରେ ଚାପ ପକାଉଥିଲେ। ପୋଲିସ କହିଛି, ଏ ବାବଦରେ ଅଭିଯୁକ୍ତଙ୍କୁ ପଚରାଉଚରା ଚାଲିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.