ବିଗ୍‌ ବସ୍‌ ଫେମ ଉର୍ଫି ଜାଭେଦଙ୍କୁ ରେପ ଓ ହତ୍ୟା ଧମକ, ହ୍ଵାଟ୍ସଆପରେ ଗାଳି ଗୁଲଜ ପରେ ପୋଲିସରେ ଅଭିଯୋଗ

ବିଗ ବସ୍‌ ଓଟିଟି ଫେମ୍‌ ଉର୍ଫି ଜାଭେଦ ତାଙ୍କର ବେଶ ଭୁଷାକୁ ନେଇ ସର୍ବଦା ଚର୍ଚ୍ଚରେ ରହିଥାନ୍ତି । ତାଙ୍କର ବୋଲ୍ଡ ଲୁକକୁ ନେଇ ଏବେ ଆସିଛି ବଡ଼ ଖବର । ତାଙ୍କୁ କେହି ରେପ ଓ ହତ୍ୟାର ଧମକ ଦେଇଛି । ଫଳରେ ଏହାକୁ ନେଇ ପୋଲିସରେ ହୋଇଛି ଅଭିଯୋଗ ।

ମିଳିଥିବା ସୂଚନା ଅନୁଯାୟୀ ଜଣେ ଦୁର୍ବୃତ୍ତ ତାଙ୍କୁ ହ୍ଵାଟ୍ସଆପ ଜରିଆରେ କଲ କରି ରେପ୍‌ ଓ ମାରିବାକୁ ଧମକ ଦେଇଥିଲା । ଏହା ସହ ଅଭିଯୁକ୍ତ ଅଭିନେତ୍ରୀଙ୍କୁ ଖରାପ ଭାଷାରେ ଗାଳି ଗୁଲଜ ମଧ୍ୟ କରିଥିଲା । ଅଭିଯୁକ୍ତ ଜଣକ ଅଲଗା ଅଲଗା ମୋବାଇଲ ଜରିଆରେ ଉର୍ଫିଙ୍କୁ ଧମକ ଦେଇଥିଲା । ଯାହାର କଲ ରେକଡିଂ ବି ମହଜୁଦ ରହିଛି ।

ତେବେ ଏପରି ଧମକ ଦେଇଥିବା ଅଭିଯୁକ୍ତର ନାମ ନବୀନ ଗିରି ବୋଲି ଜାଣିବାକୁ ମିଳିଛି । ଯାହା ବିରୋଧରେ ମୁମ୍ବାଇ ଗୋରେ ଗାଁଓ ଥାନାରେ ମାମଲା ଦାଖଲ ହୋଇଛି । ଏହା ପୂର୍ବରୁ ମଧ୍ୟ ଉର୍ଫିଙ୍କୁ ଏଭଳି ବହୁ ଧମକ ମଳିଥିବା ମାମଲା ଜଣାପଡିଥିଲା ।

ବର୍ତ୍ତମାନ ସମୟରେ ଉର୍ଫି ସୋସିଆଲ ମିଡିଆରେ ଜଣେ ଆକ୍ଟିଭ ୟୁଜର୍ସ । ତାଙ୍କର ବିଭିନ୍ନ ପ୍ରକାର ଅଦ୍ଭୁତ ଡ୍ରେସ ପିନ୍ଧିବା ଓ ବୋଲ୍ଡ ଫଟୋ ପୋଜକୁ ନେଇ ସର୍ବଦା ସେ ସୋସିଆଲ ମିଡିଆରେ ଟ୍ରୋଲ ହୋଇଥାନ୍ତି । ହେଲେ ଉର୍ଫି ସେ ସବୁକୁ ଖାତିର ନକରି ସମାଲୋଚକଙ୍କୁ ରୋକଠୋକ ଜବାବ ଦେଇଥାନ୍ତି । ସବୁଠାରୁ ବଡ଼ କଥା ହେଲା ସୋସିଆଲ ମିଡିଆରେ ଉର୍ଫିଙ୍କର ୩.୯ ମିଲିୟନ ଫଲୋର୍ସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.