Below header

ସୁସ୍ଥ ହେଲେଣି ଆହତ ରୋହିତ ଶର୍ମା : ବାଂଲାଦେଶ ବିପକ୍ଷ ଦ୍ୱିତୀୟ ଟେଷ୍ଟ ଖେଳିପାରନ୍ତି ହିଟ୍‌ ମ୍ୟାନ୍‌

ରିଟର୍ଣ୍ଣ କରିପାରନ୍ତି ରୋହିତ । ବାଂଲାଦେଶ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ସାମିଲ ହୋଇପାରନ୍ତି କ୍ୟାପଟେନ୍‌ ରୋହିତ ଶର୍ମା । ଆଙ୍ଗୁଠିରେ ଆଘାତ ଲାଗିଥିବାରୁ ପ୍ରଥମ ମ୍ୟାଚ୍‌ ଖେଳିପାରିନଥିଲେ ରୋହିତ । ଏବେ ରୋହିତ ରିଟର୍ଣ୍ଣ କଲେ ପ୍ଲେଇିଙ୍ଗ -11 ପାଇଁ ଟିମ୍‌ ଇଣ୍ଡିଆକୁ କରିବାକୁ ପଡିପାରେ କସରତ । ପ୍ରଥମ ଟେଷ୍ଟରେ ଶୁଭମନ ଗିଲ ଏବଂ ଚେତେଶ୍ୱର ପୂଜାରା ଦମଦାର ଶତକ କରିଥିଲେ । ଏବେ ରୋହିତଙ୍କ ଏଣ୍ଟ୍ରି କାହାକୁ ଦେଖାଇବ ବାହାର ରାସ୍ତା । ଶୁଭମନ ନା ପୂଜାରା ? ଶୁଣିବାକୁ ମିଳିଛି ପୂଜାରା ପ୍ଲେଇିଙ୍ଗ -11ରୁ ବାହାର ହୋଇପାରନ୍ତି ।

ତେବେ ଏନେଇ ବଡ଼ ବୟାନ ଦେଇଛନ୍ତି ପୂର୍ବତନ କ୍ରିକେଟର ଅଜୟ ଡାଜେଡା । କହିଛନ୍ତି, ରୋହିତଙ୍କୁ କୁହନ୍ତୁ ଘରେ ବସିବ । କୌଣସି ଖେଳାଳିର ହାତରେ ଆଘାତ ଲାଗିଲେ ୧୦ ଦିନ ପର୍ଯ୍ୟନ୍ତ ବ୍ୟାଟ ଧରିପାରିନଥାଏ । ଖେଳାଳି ଯଦି ଠିକ୍‌ ବି ହୋଇଯାଏ ତେବେ ଟିମ୍‌ରେ ସାମିଲ ହୋଇପାରେନି । ରୋହିତଙ୍କ ଫ୍ୟାକ୍ଚରକୁ ଠିକ୍‌ ହେବାକୁ ଆହୁରୀ ସମୟ ଲାଗିବ । ତେଣୁ ତାଙ୍କୁ ଘରେ ବସିବାକୁ ପରାମର୍ଶ ଦେଇଛନ୍ତି ଅଜୟ ଡାଜେଡା । ଓ୍ଵାନଡେ ସିରିଜର ପ୍ରଥମ ମ୍ୟାଚ୍‌ରେ ରୋହିତ ଆହତ ହୋଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.