ରାଜଧାନୀରେ ଛାତିଥରା ଦୁର୍ଘଟଣା, ଫୁଟପାଥ୍‌ରେ ଛିଡା ହୋଇଥିବା ପିଲାଙ୍କ ଉପରେ ଚଢିଗଲା କାର୍‌

ନୂଆଦିଲ୍ଲୀ : ରାଜଧାନୀରେ ଘଟିଯାଇଛି ଛାତିଥରା ଦୁର୍ଘଟଣା । ଫୁଟପାଥ୍‌ରେ ଛିଡା ହୋଇଥିବା ୩ ପିଲାଙ୍କ ଉପରେ ଚଢିଯାଇଛି କାର୍‌ । ଦୁର୍ଘଟଣାରେ ଦୁଇ ଜଣ ପିଲା ଆହତ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛି । ତିନି ପିଲାଙ୍କ ବୟସ ଯଥାକ୍ରମେ ୧୦ ବର୍ଷ, ୬ ବର୍ଷ ଏବଂ ୪ ବର୍ଷ ହେବ ବୋଲି ଜଣାଯାଇଛି ।

ଦିଲ୍ଲୀର ଗୁଲାବୀ ବାଗରେ ଘଟିଛି ଏହି ଦୁର୍ଘଟଣା । ଦୁର୍ଘଟଣାର ସିସିଟିଭି ଫୁଟେଜ୍‌ ମଧ୍ୟ ସାମ୍ନାକୁ ଆସିଛି । ତିନି ଜଣ ଯାକ ପିଲା ରାସ୍ତା ଉପରେ ଛିଡା ହୋଇଥିବା ବେଳେ ସ୍ପିଡ୍‌ରେ ଆସୁଥିବା କାର୍‌ ତାଙ୍କୁ ଧକ୍କା ଦେଇଥିଲା ।

ନିୟନ୍ତ୍ରଣ ହରାଇ ପିଲାଙ୍କ ଉପରେ ଚଢିଯାଇଥିଲା କାର୍‌ଟି । ଦୁର୍ଘଟଣା ପରେ ଆଖପାଖରେ ଛିଡା ହୋଇଥିବା ଲୋକେ ସେମାନଙ୍କୁ ଉଦ୍ଧାର କରିଥିଲେ । ସେପଟେ ଗାଡି ଚାଳକଙ୍କୁ ଗିରଫ କରିବା ସହ କାର୍‌କୁ ଜବତ କରିଛି ପୋଲିସ୍‌ ।

ସୂଚନା ଅନୁଯାୟୀ, ପ୍ରତାପ ବିହାରରେ ରହୁଥିବା ଗଜେନ୍ଦ୍ର ମାରୁତି ବ୍ରିଜା କାର ନେଇ ଯାଉଥିଲା । ତା’ର କାର୍‌ ଲୀଲାବତୀ ସ୍କୁଲ ପାଖରେ ଅଚାନକ ଫୁଟପାଥ ଉପରେ ଚଢ଼ିଯାଇଥିଲା । ଯେଉଁଥିପାଇଁ ଏପରି ଦୁର୍ଘଟଣା ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.