ଜଳଖିଆ ଦୋକାନ ପେଷା, ହେଲେ କବିତା ଲେଖିବା ତାଙ୍କ ନିଶା

କଟକ ବାଙ୍କୀ-ଡ଼ମପଡା ବ୍ଲକର ତାଳବସ୍ତ ଗ୍ରାମର ଦିବ୍ୟଜ୍ୟୋତି ପ୍ରସାଦ। ଜଳଖିଆ ଦୋକାନ ପେଷା, ହେଲେ କବିତା ଲେଖିବା ତାଙ୍କ ନିଶା

ବାଙ୍କୀ(କେନ୍ୟୁଜ): କଟକ ବାଙ୍କୀ-ଡ଼ମପଡା ବ୍ଲକର ତାଳବସ୍ତ ଗ୍ରାମର ଦିବ୍ୟଜ୍ୟୋତି ପ୍ରସାଦ। ଜାତିରେ ଗୁଡ଼ିଆ, ପେଷା ରେ ଜଳଖିଆ ଦୋକାନୀ । ବାପା ପୂର୍ଣ୍ଣଚନ୍ଦ୍ରସାହୁ ମାଆ ଗୌରୀ ସାହୁଙ୍କର ବଡ଼ପୁଅ ଦିବ୍ୟଜ୍ୟୋତି। ବାପାଙ୍କ ଦେହାନ୍ତ ପରେ ନିଜେ ଜଳଖିଆ ଦୋକାନ କରି ବିଭିନ୍ନ ପ୍ରକାରର ଜଳଖିଆ ପ୍ରସ୍ତୁତ ସହିତ ଚା ବିସ୍କୁଟ ବିକ୍ରି କରନ୍ତି। ସେହି ସମୟରେ କବିତା ଲେଖିବାରେ ବ୍ୟସ୍ତ ରୁହନ୍ତି ଦିବ୍ୟଜ୍ୟୋତି।

ତେବେ ଜଳଖିଆ ଦୋକାନରରେ ସେଭଳି ବେପାର ହେଉ ନ ଥିବାରୁ ପରିବାର ଚଳାଇବା କଷ୍ଟକର ହୋଇପଡିଛି। ଦିବ୍ୟଜ୍ୟୋତିଙ୍କ ରଚିତ ଶ୍ରୀଜଗନାଥଙ୍କ ଭଜନ ଓ ବହୁ ଗୀତର କ୍ୟାସେଟ ଏବେ ବଜାରରେ ବେଶ ଲୋକପ୍ରିୟ ହୋଇପାରିଛି । ଗୀତର ଚାହିଦା ବଢୁଛି ହେଲେ କ୍ୟାସେଟ କମ୍ପାନୀମାନେ ସେଭଳି ଆଗ୍ରହ ଆଉ ପ୍ରକାଶ କରୁନଥିବାର ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଦିବ୍ୟଜ୍ୟୋତି।

story

୨୦୦୩ ମସିହାରେ ରାଜ୍ୟ ସଂସ୍କୃତି ବିଭାଗର ତତ୍କାଳୀନ ମନ୍ତ୍ରୀ ଦାମୋଦର ରାଉତ ଙ୍କଠାରୁ ପୁରସ୍କାର ପାଇଥିବା ସହିତ ବହୁ ଅନୁଷ୍ଠାନରୁ ବହୁବାର ପୁରସ୍କୃତ ହୋଇଛନ୍ତି। ବଣମଲୀ ବଣରେ ଫୁଟି ଝଡି ପଡିବା ଭଳି ଲୁକାୟିତ ପ୍ରତିଭାକୁ ଲୋକ ଲୋଚନକୁ ଆଣିବା ସହିତ ସରକାରୀ ସ୍ତରରେ ସହାୟତା ଯୋଗାଇ ଦେବାକୁ ସାଧାରଣରେ ଦାବି ହେଉଛି। ଏବେ ଆଉ ସେଭଳି ଜଳଖିଆ ବେପାର ହେଉ ନଥିବାରୁ ଦିନେ ଦୋକାନ ଖୋଲିଲେ ଆଉ ପର ଦିନ ଖୋଲି ପାରୁନାହାଁନ୍ତି।

ପରିବାର ଚଳାଇବା କଷ୍ଟକର ହୋଇ ପଡିଛି। ମାନସିକସ୍ତରରେ ଦୁର୍ବଳ ହୋଇପଡୁଥିବା ଦିବ୍ୟଜ୍ୟୋତିଙ୍କୁ ସରକାରଙ୍କ ପକ୍ଷରୁ ଅନୁଦାନ ମିଳିଲେ ଆହୁରି ଅଧିକ କବିତା ଲେଖି ଜଣେ ସୁଦକ୍ଷ ଲେଖକ ହୋଇ ପାରନ୍ତେ। ବାଙ୍କୀ-ଡ଼ମପଡା ବ୍ଲକ ବିଡ଼ିଓ କହିଛନ୍ତି ଦିବ୍ୟଜ୍ୟୋତି ଜଣେ ଭଲ ପ୍ରତିଭା ବ୍ୟକ୍ତିତ୍ୱ। ଜିଲ୍ଲା ସଂସ୍କୃତିବିଭାଗ ଜରିଆରେ ରାଜ୍ୟସରକାରଙ୍କୁ ସହଯୋଗ ପାଇଁ ପ୍ରସ୍ତାବ ଦିଆଯିବାର ବ୍ୟବସ୍ଥା କରିବି। ତେବେ ଜିଲା ପ୍ରଶାସନ, ହେଉ କିମ୍ବା ରାଜ୍ୟ ସଂସ୍କୃତି ବିଭାଗ ପକ୍ଷରୁ ଦିବ୍ୟଜ୍ୟୋତି ପ୍ରସାଦ ଙ୍କୁ ସହାୟତା କେବେ ମିଳିବ ତାହା ଉପରେ ସମସ୍ତଙ୍କର ନଜର।