ବିଜେପି ବିଧାୟକଙ୍କ ପୁଅ ୪୦ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ; ଅଫିସ୍‌ ଓ ଘରୁ ମିଳିଲା ୭.୭ କୋଟି ଟଙ୍କା

କର୍ଣ୍ଣାଟକରେ ବିଜେପି ବିଧାୟକ ମଦଲ ବିରୁପକ୍ଷପ୍ପାଙ୍କ ପୁଅ ୪୦ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଛନ୍ତି। ଲୋକାୟୁକ୍ତର ଦୁର୍ନୀତି ନିବାରଣ ୱିଙ୍ଗ ତାଙ୍କୁ ଗୁରୁବାର ଗିରଫ କରିଛି।

କର୍ଣ୍ଣାଟକରେ ଲୋକାୟୁକ୍ତର ଦୁର୍ନୀତି ନିବାରଣ ୱିଙ୍ଗ ଗୁରୁବାର ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଏଠାରେ ବିଜେପି ବିଧାୟକ ମଦଲ ବିରୁପକ୍ଷପ୍ପାଙ୍କ ପୁଅ ୪୦ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ତାଙ୍କୁ ଗିରଫ କରାଯାଇଛି। ବିଧାୟକଙ୍କ ପୁଅ ପ୍ରଶାନ୍ତ ମଦଲଙ୍କୁ ତାଙ୍କ କାର୍ଯ୍ୟାଳୟରୁ ଲାଞ୍ଚ ନେଉଥିବା ବେଳେ ଲୋକାୟୁକ୍ତ ଅଧିକାରୀମାନେ ଧରିଥିଲେ।

ଏହି ଦୁର୍ନୀତି ନିବାରଣ ୱିଙ୍ଗ ବିଜେପି ବିଧାୟକଙ୍କ କାର୍ଯ୍ୟାଳୟରୁ ୧.୭ କୋଟି ଟଙ୍କା ଏବଂ ଘରୁ ୬ କୋଟି ଟଙ୍କା ଜବତ କରିଛି। ବିଧାୟକଙ୍କ ପୁଅ ଲାଞ୍ଚ ନେଉଥିବା ନେଇ ଲୋକାୟୁକ୍ତଙ୍କୁ ଅଭିଯୋଗ ଆସିଥିଲା। ଲୋକାୟୁକ୍ତଙ୍କ ଏହି କାର୍ଯ୍ୟାନୁଷ୍ଠାନ ପରେ ମଦଲ ବିରୁପକ୍ଷପ୍ପା କର୍ଣ୍ଣାଟକ ସାବୁନ ଏବଂ ଡିଟରଜେଣ୍ଟ ଲିମିଟେଡର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି।

mla
photo: the indian express

କର୍ଣ୍ଣାଟକରେ ଚଳିତ ବର୍ଷ ବିଧାନସଭା ନିର୍ବାଚନ ହେବ। ଏମିତିରେ ଲୋକାୟୁକ୍ତଙ୍କ ଏହି କାର୍ଯ୍ୟାନୁଷ୍ଠାନ ଚର୍ଚ୍ଚାର ବିଷୟ ହୋଇଛି। କୁହାଯାଉଛି କି, ବିଜେପି ବିଧାୟକଙ୍କ ପୁଅଙ୍କ ବିରୋଧରେ ନିଆଯାଇଥିବା ଏହି କାର୍ଯ୍ୟାନୁଷ୍ଠାନ ନିର୍ବାଚନୀ ପ୍ରସଙ୍ଗ ମଧ୍ୟ ହୋଇପାରେ।

ସେପଟେ ବିରୁପକ୍ଷପ୍ପା କର୍ଣ୍ଣାଟକ ସାବୁନ ଏବଂ ଡିଟରଜେଣ୍ଟ ଲିମିଟେଡର ବୋର୍ଡରୁ ଇସ୍ତଫା ଦେଇଛନ୍ତି। ସେ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଲେଖିଥିବା ପତ୍ରରେ କହିଛନ୍ତି, ‘ମୋ ପରିବାର ବିରୋଧରେ କିଛି ଷଡ଼ଯନ୍ତ୍ର ହୋଇଛି। ମୁଁ ନୈତିକତା ଦୃଷ୍ଟିରୁ ଇସ୍ତଫା ଦେଉଛି, କାରଣ, ମୋ ବିରୋଧରେ ଅଭିଯୋଗ ରହିଛି’।

You might also like