ଶାହାରୁଖଙ୍କ ବଙ୍ଗଳା ‘ମନ୍ନତ୍’ର ପାଚେରି ଡେଇଁ ଘରେ ପଶିଲେ ୨ଯୁବକ, ସୁରକ୍ଷା ବ୍ଯବସ୍ଥାକୁ ନେଇ ଉଠିଲା ପ୍ରଶ୍ନ

ଶାହାରୁଖ ଖାନ୍‌ଙ୍କୁ ନେଇ ପୁଣି ଏକ ଖବର ସାମ୍ନାକୁ ଆସିଛି। ଗତକାଲି ଅର୍ଥାତ୍ ଗୁରୁବାର ଦିନ ଶାହାରୁଖଙ୍କ ମୁମ୍ବାଇସ୍ଥିତ ବଙ୍ଗଳା ‘ମନ୍ନତ୍’ରେ ୨ଜଣ ଯୁବକ ପ୍ରବେଶ କରିଥିବା ସୂଚନା ମିଳିଛି । ବାନ୍ଦ୍ରା ପୋଲିସର ସୂଚନା ଅନୁସାରେ, ତାଙ୍କ ବିଲ୍ଡିଂର ବାହାର ପାଚେରି ଚଢ଼ି ‘ମନ୍ନତ’ ପରିସରକୁ ପ୍ରବେଶ କରିଥିଲେ ୨ଜଣ ଯୁବକ।

ମୁମ୍ବାଇ: ବଲିଉଡ୍‌ ସୁପରଷ୍ଟାର ଶାହାରୁଖ ଖାନ୍‌ଙ୍କର ଗୋଟିଏ ଝଲକ୍‌ ପାଇଁ ଫ୍ୟାନ୍‌ମାନେ ତାଙ୍କ ଘର ବାହାରେ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରି ରହିଥାନ୍ତି। ନିଜ ଦମ୍‌ଦାର ଆକ୍ଟିଂ ସହ ରୋମାନ୍ସ ପାଇଁ ଏହି ଆକ୍ଟର ପ୍ରସିଦ୍ଧ। ରୋମାଣ୍ଟିକ୍‌ ସିନ୍‌ରେ ଶାହାରୁଖ୍‌ଙ୍କ ଆକ୍ଟିଂ ଦେଖିଲେ ଯେ କେହି ବି ତାଙ୍କ ପ୍ରେମରେ ପଡ଼ିଯିବ। ଜୀବନ୍ତ ଅଭିନୟ ପାଇଁ କେବଳ ଭାରତ ନୁହେଁ ଦେଶ ବାହାରେ ମଧ୍ୟ ଶାହାରୁଖ୍‌ଙ୍କ ହଜାର ହଜାର ଫ୍ୟାନ୍‌ ରହିଛନ୍ତି।

ତେବେ ଏହି ଶାହାରୁଖ ଖାନ୍‌ଙ୍କୁ ନେଇ ପୁଣି ଏକ ଖବର ସାମ୍ନାକୁ ଆସିଛି। ଗତକାଲି ଅର୍ଥାତ୍ ଗୁରୁବାର ଦିନ ଶାହାରୁଖଙ୍କ ମୁମ୍ବାଇସ୍ଥିତ ବଙ୍ଗଳା ‘ମନ୍ନତ୍’ରେ ୨ଜଣ ଯୁବକ ପ୍ରବେଶ କରିଥିବା ସୂଚନା ମିଳିଛି । ବାନ୍ଦ୍ରା ପୋଲିସର ସୂଚନା ଅନୁସାରେ, ତାଙ୍କ ବିଲ୍ଡିଂର ବାହାର ପାଚେରି ଚଢ଼ି ‘ମନ୍ନତ’ ପରିସରକୁ ପ୍ରବେଶ କରିଥିଲେ ୨ଜଣ ଯୁବକ। ତେବେ ସେମାନଙ୍କୁ ସିକ୍ୟୁରିଟି ଗାର୍ଡ ମାନେ ଧରି ପକାଇଥିବା ଜଣାପଡିଛି।

ଯାହା ଜଣାପଡ଼ିଛି, ୨୦ରୁ ୨୨ ବର୍ଷ ବୟର ଦୁଇ ଜଣ ଯୁବକ ଶାହାରୁଖଙ୍କ ବଙ୍ଗଳାର ପାଚେରୀ ଡେଇଁ ତାଙ୍କ ସହିତ ଦେଖା କରିବାକୁ ଚାହୁଁଥିଲେ। ଉଭୟ ଯୁବକ ଗୁଜରାଟ ଅନ୍ତର୍ଗତ ସୁରତର ବାସିନ୍ଦା । ପିଲ୍ମ ‘ପଠାନ୍‌’ ଷ୍ଟାର୍‌ଙ୍କୁ ଭେଟିବା ପାଇଁ ସେମାନେ ଚାହୁଁଥିଲେ। କିନ୍ତୁ ଏଭଳି କାଣ୍ଡ କରିବା ସେମାନଙ୍କୁ ମହଙ୍ଗା ପଡିଛି। ‘ଇଣ୍ଡିଆନ୍‌ ପେନାଲ୍‌ କୋଡ୍‌’ ବ୍ୟବସ୍ଥା ଅନୁସାରେ ସେମାନଙ୍କ ବିରୋଧରେ ବିନା ଅନୁମତିରେ ପ୍ରବେଶ ଏବଂ ଅନ୍ୟାନ୍ୟ ଅପରାଧିକ ମାମଲା ରୁଜୁ କରାଯାଇଛି ଏବଂ ଉଭୟଙ୍କୁ ଗିରଫ କରାଯାଇଛି। ଘଟଣାର ଅଧିକ ତଦନ୍ତ ଚାଲିଥିବା କଥା କହିଛି ପୋଲିସ୍ ।

ଅନ୍ୟ ଏକ ରିପୋର୍ଟ ଅନୁସାରେ, ପାଚେରି ଡେଇଁ ଯୁବକଦ୍ବୟ ‘ମନ୍ନତ୍‌’ର ତୃତୀୟ ମହଲାରେ ପହଞ୍ଚିବା ପରେ ସୁରକ୍ଷାକର୍ମୀଙ୍କ ଦୃଷ୍ଟି ସେମାନଙ୍କ ଉପରେ ପଡ଼ିଥିଲେ। ସେମାନେ ଦୁହିଁଙ୍କୁ ଧରି ପୋଲିସକୁ ହସ୍ତାନ୍ତର କରାଯାଇଥିଲା। ତେବେ ସୂଚନା ମିଳିଛି ସେତେବେଳେ ଶାହାରୁଖ୍‌ ଖାଁ ଘରେ ନ ଥିଲେ।

police

ତେବେ ଏହି ସମୟରେ ବକ୍ସ ଅଫିସରେ ଅନେକ ରେକର୍ଡ ଭାଙ୍ଗିଥିବା ଶାହରୁଖଙ୍କ ଫିଲ୍ମ ପଠାନ୍ ସଫଳତା ଶିର୍ଷରେ ପହଁଚି ସାରିଛି। ଏହା ସାରା ବିଶ୍ବ ବକ୍ସ ଅଫିସରେ ୧ହଜାର କୋଟି ଟଙ୍କାର କଲେକ୍ସନ୍ କରିବାରେ ସଫଳ ହୋଇଛି। ଏହି ଫିଲ୍ମରେ ଜନ୍ ଆବ୍ରାହମ୍ ଏବଂ ଦୀପିକା ପାଦୁରକୋନ୍ ମଧ୍ୟ ଅଭିନୟ କରିଥିଲେ । ତେବେ ଶାହରୁଖ୍ ବର୍ତ୍ତମାନ ତାଙ୍କର ଆଗାମୀ ଚଳଚ୍ଚିତ୍ର ‘ଜୱାନ୍’ ଏବଂ ‘ଡଙ୍କି’ ପାଇଁ ପ୍ରସ୍ତୁତ ହେଉଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.