Below header

ଦିଗପହଣ୍ଡି ବ୍ଲକ ଅଧ୍ୟକ୍ଷ ଉପ ନିର୍ବାଚନ: ୧୨.୩୦ରୁ ଭୋଟ୍; ଅପରାହ୍ନ ୨ଟାରେ ଫଳାଫଳ ଘୋଷଣା

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଅଧ୍ୟକ୍ଷ ପଦବି ପାଇଁ ଆଜି ଉପ ନିର୍ବାଚନ । ନିର୍ଵାଚନ ପାଇଁ ନାମାଙ୍କନ ଦାଖଲ ନିମନ୍ତେ ଦିନ ୧୧ଟାକୁ ସମୟ ଧାର୍ଯ୍ୟ କରାଯାଇଥିଲା। ଏହାପରେ ଯାଞ୍ଚ ଓ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ପ୍ରକ୍ରିୟା ରହିଛି। ୧୨.୩୦ରୁ ଭୋଟ୍ ଗ୍ରହଣ ଏବଂ ଅପରାହ୍ନ ୨ଟାରେ ଫଳାଫଳ ଘୋଷଣା କରାଯିବ।

ବ୍ରହ୍ମପୁର (କେନ୍ୟୁଜ): ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଅଧ୍ୟକ୍ଷ ପଦବି ପାଇଁ ଆଜି ଉପ ନିର୍ବାଚନ । ନିର୍ଵାଚନ ପାଇଁ ନାମାଙ୍କନ ଦାଖଲ ନିମନ୍ତେ ଦିନ ୧୧ଟାକୁ ସମୟ ଧାର୍ଯ୍ୟ କରାଯାଇଥିଲା । ଏହାପରେ ଯାଞ୍ଚ ଓ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ପ୍ରକ୍ରିୟା ରହିଛି । ୧୨.୩୦ରୁ ଭୋଟ୍ ଗ୍ରହଣ ଏବଂ ଅପରାହ୍ନ ୨ଟାରେ ଫଳାଫଳ ଘୋଷଣା କରାଯିବ । ସୁରକ୍ଷା ପାଇଁ ୫ ପ୍ଲାଟୁନ ପୋଲିସ ଫୋର୍ସ ସମେତ ପାଞ୍ଚ ଗୋଟି ଥାନା ଅଧିକାରୀ ଏବଂ ଚାରି ଜଣ SDPO ମୁ୍ତୟନ ଅଛନ୍ତି ।

ଗତ ଅଗଷ୍ଟ ୩୧ ତାରିଖରେ ନିର୍ବାଚନ ଅନୁଷ୍ଠିତ ହେଉଥିବା ବେଳେ ୧୦ ଜଣ ସମିତି ସଭ୍ୟ ଗାୟବ ହୋଇଥିବା ଯୋଗୁଁ ନିର୍ବାଚନକୁ ସ୍ଥଗିତ ରଖାଯାଇଥିଲା । ପୂର୍ବତନ ବ୍ଲକ ଅଧ୍ୟକ୍ଷା ସୁନୀତା ସେଠୀଙ୍କ ମୃତ୍ୟୁ ପରେ ଏହି ଉପ ନିର୍ବାଚନ ହେଉଛି ।

 

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.