ଫିଲ୍ମ ‘ସ୍ୱଦେଶ’ ଅଭିନେତ୍ରୀ ଗାୟତ୍ରୀ ଯୋଶୀଙ୍କ କାର ଦୁର୍ଘଟଣା, ଭିଡିଓ ଭାଇରଲ

ଇଟାଲୀରେ ବଲିଉଡ ଅଭିନେତ୍ରୀ ଗାୟତ୍ରୀ ଯୋଶୀଙ୍କ କାର ଦୁର୍ଘଟଣା ହୋଇଛି । ଦୁର୍ଘଟଣା ସମୟରେ ଗାୟତ୍ରୀଙ୍କ ସହିତ ତାଙ୍କ ସ୍ୱାମୀ ମଧ୍ୟ କାରରେ ଥିଲେ । ତେବେ ଦୁହେଁ ସୁସ୍ଥ ଥିବା ଜଣାପଡିଛି । ଦୁର୍ଘଟଣା ସମୟର ଭିଡିଓ ଭାଇରଲ ହେଉଛି ।

ବଲିଉଡର ବାଦଶାହ ଶାହରୁଖ ଖାନଙ୍କ ଫିଲ୍ମ ସ୍ୱଦେଶରେ ଡେବ୍ୟୁ କରିଥିବା ଅଭିନେତ୍ରୀ ଗାୟତ୍ରୀ ଯୋଶୀ କାର ଦୁର୍ଘଟଣାରେ ଆହତ ହୋଇଛନ୍ତି । ଗାୟତ୍ରୀ ଇଟାଲୀରେ କାର ଦୁର୍ଘଟଣାର ଶିକାର ହୋଇଛନ୍ତି । ଗାୟତ୍ରୀଙ୍କ ସହିତ ତାଙ୍କ ସ୍ୱାମୀ ବିକାଶ ଓବରୟ କାରରେ ଥିଲେ । ତାଙ୍କ ଦୁର୍ଘଟଣାର ଭିଡିଓ ଭାଇରଲ ହେବାରେ ଲାଗିଛି । ଏହି ଦୁର୍ଘଟଣାରେ ଅନ୍ୟ ଜଣେ ସୁଇସ ଦମ୍ପତିଙ୍କ ମୃତ୍ୟୁ ହୋଇଛି ।

ଗାୟତ୍ରୀ ନିଜ ସ୍ୱାମୀଙ୍କ ସହିତ ଇଟାଲୀ ଛୁଟି ମନାଇବାକୁ ଯାଇଥିଲେ । ସେହି ସମୟରେ ଦୁର୍ଘଟଣା ହୋଇଥିଲା । ରିପୋର୍ଟ ମୁତାବକ, ଇଟାଲୀର ସାର୍ଡିନିଆ ଅଞ୍ଚଳରେ ହୋଇଛି । ଗାୟତ୍ରୀ ନିଜ ସ୍ୱାମୀଙ୍କ ସହିତ ଲାମ୍ବ୍ରୋଗିନୀ କାରରେ ଥିଲେ । ସେହି କାର ଫେରାରୀ ସହ ଧକ୍କା ହୋଇଥିଲା ।

ତେବେ ଦୁଇଟି ଯାକ କାର ଏକ ମିନି ଟ୍ରକକୁ ଓଭରଟେକ କରୁଥିବା ସମୟରେ ହୋଇଛି । ମିନି ଟ୍ରକ ଓଲଟିପଡିବାର ଦୁର୍ଘଟଣା ହୋଇଛି । ତେବେ ଅଭିନେତ୍ରୀ ଗାୟତ୍ରୀ ଏବଂ ତାଙ୍କ ସ୍ୱାମୀ ସୁସ୍ଥ ରହିଛନ୍ତି । ଆଉ ଅନ୍ୟ କାରରେ ଥିବା ସ୍ୱିଇସ ଦମ୍ପତିଙ୍କ ମୃତ୍ୟୁ ହୋଇଛି । ସୋସିଆଲ ମିଡିଆରେ ଭିଡିଓ ଭାଇରଲ ହେଉଛି ।

ସୂଚନାଯୋଗ୍ୟ, ଗାୟତ୍ରୀ ୨୦୦୪ରେ ରିଲିଜ ହୋଇଥିବା ଫିଲ୍ମ ‘ସ୍ୱଦେଶ’ ଜରିଆରେ ବଲିଉଡରେ ଏଣ୍ଟ୍ରି କରିଥିଲେ । ଏହି ଫିଲ୍ମରେ ସେ ଶାହରୁଖଙ୍କ ସହିତ ଲିଡ ରୋଲରେ ନଜର ଆସିଥିଲେ । ଏହା ପରେ ଫିଲ୍ମ ଇଣ୍ଡଷ୍ଟ୍ରୀକୁ ବାଏ ବାଏ କରିଥିଲେ ଅଭିନେତ୍ରୀ । ତା’ ପରେ ଓବରୟ କନଷ୍ଟ୍ରକସନର ମ୍ୟାନେଜିଂ ଡାଇରେକ୍ଟର ବିକାଶ ଓବରୟଙ୍କୁ ବିବାହ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.