Below header

ESIC ରେ ବମ୍ପର ଭର୍ତ୍ତି, ପାରାମେଡିକାଲ ଏବଂ ନର୍ସିଂ ଷ୍ଟାଫ ପାଇଁ କରନ୍ତୁ ଆବେଦନ

ଏମ୍ପ୍ଲୋଇଜ ଷ୍ଟେଟ୍‌ ଇନ୍ୟୁସରାନ୍ସ କର୍ପୋରେସନ, ନୂଆଦିଲ୍ଲୀରେ ୧୦୦୦ରୁ ଅଧିକ ପଦବୀ ଖାଲି । ଇଚ୍ଛୁକ ପ୍ରାର୍ଥୀ ୩୦ ଅକ୍ଟୋବର ପୂର୍ବରୁ ଅନଲାଇନ ମାଧ୍ୟମରେ କରନ୍ତୁ ଆବେଦନ ।

ESIC ରେ ଖାଲିପଡିଛି ଅନେକ ପଦବୀ । ଯେଉଁ ପ୍ରାର୍ଥୀ ଇଚ୍ଛା ରଖିଛନ୍ତି ସେମାନେ ତୁରନ୍ତ ଆବେଦନ କରିପାରିବେ । ଆବେଦନ କରିବା ପାଇଁ ESIC ର ଅଫିସିଆଲ ୱେବସାଇଟ esic.gov.in କୁ ଯାଇ ଆବେଦନ କରିବେ । ଏହା ଅଧିନରେ ପାରାମେଡିକାଲ ଏବଂ ନର୍ସିଂ ଷ୍ଟାଫ ୧୦୩୮ ପଦବୀ ପୂରଣ ହେବ । ଏଥିରେ ଓଟି ଆସିଷ୍ଟାଣ୍ଟ, ଇସିଜି ଟେକ୍ନିସିଆନ, ଜୁନିଅର ରେଡିଓଗ୍ରାଫର, ଫାର୍ମାସିଷ୍ଟ ଇତ୍ୟାଦି ପଦବୀ ସାମିଲ ରହିଛି ।

ପଦବୀ ବିବରଣୀ : ୧୦୩୮

ଜରୁରୀ ତାରିଖ : ଇଚ୍ଛୁକ ପ୍ରାର୍ଥୀ ୩୦ ଅକ୍ଟୋବର ୨୦୨୩ ଭିତରେ ଆବେଦନ କରିପାରିବେ । ଏହି ପଦବୀରେ କେବଳ ଅନଲାଇନ ଆବେଦନ କରିବେ । ଏହାଛଡା ଅନ୍ୟ କୌଣସି ମାଧ୍ୟମରେ ଆବେଦନ ଗ୍ରହଣ କରାଯିବ ନାହିଁ ।

ଆବେଦନ ଶୁଳ୍କ : ଆବେଦନ କରିବା ପାଇଁ ଜେନେରୋଲ, ଓବିସି, EWS ପ୍ରାର୍ଥୀ ୫୦୦ ଟଙ୍କା ଦେବାକୁ ହେବ । ସେହିପରି ଅନୁସୂଚିତ ଜାତି, ଜନଜାତି, pWD, ମହିଳା ପ୍ରାର୍ଥୀଙ୍କୁ ୨୫୦ ଟଙ୍କା ଦେବାକୁ ହେବ ।

ଶିକ୍ଷାଗତ ଯୋଗ୍ୟତା : ଇଚ୍ଛକ ପ୍ରାର୍ଥୀ ଆବେଦନ ପାଇଁ ଅଲଗା ଅଲଗା ଶିକ୍ଷାଗତ ଯୋଗ୍ୟତା ଧାର୍ଯ୍ୟ କରାଯାଇଛି । ଏଥିପାଇଁ ଅଫିସିଆଲ ନୋଟିଫିକେସନ ଚେକ୍‌ କରିପାରିବେ ।

ବୟସ ସୀମା : ପଦବୀ ଅନୁସାରେ ଅଲଗା ଅଲଗା ବୟସ ସୀମା ଧାର୍ଯ୍ୟ କରାଯାଇଛି ।

କେମିତି ହେବ ଚୟନ : ପ୍ରାର୍ଥୀଙ୍କ ଚୟନ ପରୀକ୍ଷା ପାସ୍‌ କରିବା ପରେ ହେବ । ଏଥିରେ ଲିଖିତ ପରୀକ୍ଷା, ସ୍କିଲ ଟେଷ୍ଟ, ଡକ୍ୟୁମେଣ୍ଟ ଭେରିଫିକେସନ, ମେଡିକାଲ ପରୀକ୍ଷା ଇତ୍ୟାଦି ସାମିଲ ରହିଛି ।

ଅଧିକ ଜାଣିବା ପାଇଁ ଅଫିସିଆଲ ୱେବସାଇଟ ଚେକ୍‌ କରନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.