ବିଜେପୁର ଉପନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀ ହେଲେ ଦିଲ୍ଲୀପ ପଣ୍ଡା, AICC କରିଛି ଘୋଷଣା

ବିଜେପୁର ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ। ଦିଲ୍ଲୀପ ପଣ୍ଡାଙ୍କୁ ପ୍ରାର୍ଥୀ କରିଛି ଦଳ। ଏନେଇ ଏଆଇସିସି ପକ୍ଷରୁ ପ୍ରେସ ବିବୃତି ପ୍ରକାଶ ପାଇଛି। ବରଗଡ଼ ଜିଲ୍ଲା କଂଗ୍ରେସ ଉପସଭାପତି ଅଛନ୍ତି ଦିଲ୍ଲୀପ। ଅକ୍ଟୋବର ୨୧ରେ ବିଜେପୁର ଉପନିର୍ବାଚନ ହେବ। ଗତକାଲି ପ୍ରାର୍ଥୀ ଚୟନ ନେଇ ବୈଠକ ବସିବା ପରେ ଆଜି ୫ଜଣ ପ୍ରାର୍ଥୀଙ୍କ ନାଁ ଏଆଇସିସି ନିକଟକୁ ପଠାଯାଇଥିଲା।