ଯାଜପୁରରେ ପୁଣି ଲଜ୍ଜା, ନିଜ ସମ୍ପର୍କୀୟ ମାମୁଁ ଉପରେ ଭାଣଜି ଆଣିଲା ଦୁଷ୍କର୍ମର ଅଭିଯୋଗ
ଯାଜପୁର ଟାଉନ: ପୁଣି ସମ୍ନାକୁ ଆସିଛି ଲଭ,ସେକ୍ସ ଓ ଧୋକ୍କା ଘଟଣା। ଏଭଳି ଅଭିଯୋଗ ଆସିଛି ଯାଜପୁର ଜିଲ୍ଲା ବିଂଝାରପୁର ଥାନା ଅଞ୍ଚଳରୁ । ନିଜ ସଂପର୍କୀୟ ଭାଣଜି ସହିତ ପ୍ରେମ କରି ବିବାହର ପ୍ରତିଶୃତି ଦେଇ ଶାରିରିକ ସଂପର୍କ ରଖୁଥିଲା ମାମୁଁ । ଏବେ ଅନ୍ୟ ଏକ ସ୍ଥାନରେ ବିବାହ କରିବାକୁ ଯାଉଥିବା ମାମୁଁ ବିରୋଧରେ ବିଂଝାରପୁର ଥାନାରେ ଫେରାଦ ହୋଇଛି ଭାଣଜି । ଅଭିଯୋଗ ମୁତାବକ ପଇରଖ ଗାଁର ଜିତେନ୍ଦ୍ର କୁମାର ପ୍ରଧାନ ନିଜ ସଂପର୍କୀୟ ଭାଣଜି ସହ ପ୍ରେମ ସଂପର୍କ ରଖି ପରେ ପ୍ରତାରଣା କରିଛି । ଏ ନେଇ ଅଭିଯୋଗ ହେବା ପରେ ଅଭିଯୁକ୍ତ ଜିତେନ୍ଦ୍ର ଫେରାର ହୋଇଯାଇଛି । ସେପଟେ ପୀଡିତା ଯୁବତୀଙ୍କର ଡାକ୍ତରୀ ମାଇନା ସହିତ ମାଜିଷ୍ଟ୍ରେଟଙ୍କ ସମ୍ମୁଖରେ ୧୬୪ ବୟାନ ରେକର୍ଡ କରାଯାଇଛି । ତେବେ ଅଭିଯୁକ୍ତ ଖୁବ ଶିଘ୍ର ଧରାପଡିବ ବୋଲି ଯାଜପୁର ଏସଡିପିଓ ସୂଚନା ଦେଇଛନ୍ତି ।