Below header

ଜଣେ ପ୍ରେମିକାର ବିଶ୍ୱାସରେ ମିଶାଇଲା ବିଷ, ଆଉ ଜଣେ ଅର୍ଥ ଲୋଭରେ ବିକିଲା ଧଳା ଜହର

ଏବେ ଦୁଇ ରାଜାଙ୍କୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା । ଭଲ କାମ ପାଇଁ ନୁହେଁ, ଅପରାଧ ପାଇଁ । କାରଣ ଦୁଇ ଜଣ ଯାକ ରାଜା ଏଭଳି ଅପରାଧ କରିଛନ୍ତି ଯାହା ଅକ୍ଷମଣୀୟ । ଅବଶ୍ୟ ‘ରାଜା’ଙ୍କୁ ନେଇ ଏଭଳି ଚର୍ଚ୍ଚା ହେଲା ଯେ ଜାଣି ହେଲା ନାହିଁ କେଉଁ ରାଜା କଣ ଅପରାଧ କରିଛି ।
ନର୍ସ ନିହାରିକା ପାତ୍ର ହତ୍ୟା ମାମଲାରେ ଗିରଫ ହୋଇଛି ତାର ପ୍ରେମିକ ରାଜା ଓରଫ କିଶୋର ଅଞ୍ଚଳ । ଅତି ନିର୍ମମ ଭାବରେ ନିହାରିକାକୁ ହତ୍ୟା କରିଛି । ଶବକୁ ଅଖାରେ ବାନ୍ଧି କଟକରୁ ନେଇ ଯାଇଥିଲା ଜଗତସିଂହପୁରକୁ । ଜଣେ ପ୍ରେମିକ ଯେ ଏତେ ନିର୍ମମ ହୋଇ ପାରିଲା ତାକୁ କେହି ବିଶ୍ୱାସ କରି ପାରୁନାହାନ୍ତି । ହେଲେ ଧରାପଡ଼ିବା ପରେ ପୋଲିସ୍‌ ଆଗରେ ରାଜା ତାର ଅପରାଧ ସ୍ୱୀକାର କରିଥିବା ସୂଚନା ମିଳିଛି । ଆଉ ଅପରାଧ ପ୍ରମାଣିତ ହେଲେ ରାଜା ଏବଂ ତାର ସହଯୋଗୀମାନେ କଠିନ ଦଣ୍ଡ ଭୋଗିବେ ।
ସେପଟେ ଆଉ ଜଣେ ରାଜା ହେଉଛି ବାଲେଶ୍ୱର ଅଞ୍ଚଳର । ପୂରା ନାଁ ସେଖ୍‌ ରାଜା । ଜଣେ ଡ୍ରଗ୍ସ ବେପାରୀ । ଡ୍ରଗ୍‌ ମାଫିଆ । ଯାହାର ବେପାର ବିଦେଶକୁ ଲମ୍ବିଛି । ବ୍ରାଉନ୍‌ ସୁଗାର ଭଳି ମାରାତ୍ମକ ଡ୍ରଗ୍ସର ବେପାର କରି ନିଶାଖୋର କରିଛି ଯୁବାବର୍ଗଙ୍କୁ । ବାଂଲାଦେଶ, ନେପାଳ, ଭୁଟାନରୁ ଆରମ୍ଭ କରି ଓଡ଼ିଶାର ସହର ଓ ପୁରପଲ୍ଲୀକୁ ଲମ୍ବିଛି ରାଜାର ନେଟ୍‌ଓ୍ଵର୍କ । ନିଜର କୁକର୍ମ ପାଇଁ ସେ ତ ଜେଲ୍‌ଦଣ୍ଡ ଭୋଗିବ ତା ସହିତ ତାର କୋଟି କୋଟି ଟଙ୍କାର ସମ୍ପତ୍ତି ମଧ୍ୟ ବାଜ୍ୟାପ୍ତି ହେବ ।
ଏଇ ଦୁଇ ରାଜାଙ୍କୁ ନିହାତି ଭାବେ କଠିନ ଦଣ୍ଡ ଦରକାର । ଯାହା ଯୁବ ପିଢ଼ିଙ୍କୁ ଏକ ବଡ଼ ଶିକ୍ଷା ଦେବ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.