ନନ୍ଦନକାନନରେ ଧଳାବାଘ ଶୁଭ୍ରାଂଶୁ ଅସୁସ୍ଥ, ସଂକ୍ରମଣରେ ହୋଇଛି ଆକ୍ରାନ୍ତ

ଭୁବନେଶ୍ବର(କେନ୍ୟୁଜ୍):  ପ୍ରାଣଘାତକ ସାଜିଲାଣି ନନ୍ଦନକାନନ ପରିବେଶ। ହର୍‌ପିସ ଭାଇରସ ଦ୍ୱାରା ଆକ୍ରାନ୍ତ ହୋଇ ମାସକ ମଧ୍ୟରେ ୪ଟି ହାତୀ ମୃତ୍ୟୁବରଣ କରିବା ପରେ ଧଳା ବାଘ ଶୁଭ୍ରାଂଶୁ ଅସୁସ୍ଥ ହୋଇଥିବା ଜଣାପଡ଼ିଛି। ବାଘଟି ସଂକ୍ରମଣ ଦ୍ୱାରା ଆକ୍ରାନ୍ତ ହୋଇଥିବା ଅନୁମାନ କରାଯାଉଛି। ଗତ ରବିବାର ଠାରୁ ଶୁଭ୍ରାଂଶୁ ଠିକ୍‌ରେ ଖିଆପିଆ କରୁନଥିବା ସହ ଶୋଇ ରହୁଥିବା ଜଣାପଡ଼ିଛି। ନନ୍ଦନକାନନ ଡାକ୍ତରୀ ଦଳ ଧଳାବାଘର ଚିକିତ୍ସା ଆରମ୍ଭ କରିଛନ୍ତି।