Below header

ଅନ୍ଧ ଓ ମୂକ ମାନଙ୍କ ଅକୁହା କଷ୍ଟକୁ ନିଜ ଅନୁଭବ କଲେ ସୁକମା ଜିଲ୍ଲା ଏସପି ସଲଭ ସିହ୍ନା, ସାଧାରଣରେ ବାଣ୍ଟିଲେ ଅନୁଭୂତି

ମାଲକାନଗିରି: ଆଜିକାଲିର ସ୍ବାର୍ଥପର ଦୁନିଆରେ କିଏ ବା କାହାର । ନିଜ ସ୍ବାର୍ଥ ହାସଲ ପାଇଁ ମଣିଷ ସବୁ କିଛି କରିବାକୁ ପ୍ରସ୍ତୁତ। ସେଥିରେ ପରର କ୍ଷତି ହେଉ ବା ଲାଭ । ସେଥିରେ ତାର କିଛି ଯାଏ ଆସେ ନାହିଁ । ସତେ ଯେମିତି ମାନବିକତା ଲୋପ ପାଇବାକୁ ବସିଲାଣି ଏଇ ଦୁନିଆରୁ । କିନ୍ତୁ ପାଞ୍ଚ ଆଙ୍ଗୁଳି ଯେପରି ସମାନ ନୁହେଁ ସେମିତି ସବୁ ମଣିଷ ମଧ୍ୟ ସମାନ ପ୍ରକ୍ରୁତିର ନୁହେଁ । ଆଜି ବି ଏମିତି ବହୁତ ଲୋକ ଆମ ଚାରିପାଖରେ ଅଛନ୍ତି ଯେଉଁମାନେ ପରର ଦୁଃଖ କଷ୍ଟକୁ ଏତେ ସହଜରେ ଅଣଦେଖା କରିପାରନ୍ତି ନାହିଁ, ଆଉ ଆଗେଇ ଆସନ୍ତି ସେମାନଙ୍କ କଷ୍ଟକୁ ନିଜେ ଅନୁଭବ କରିବାକୁ ।

sp sukmaଆଜି ଆମେ ଏଭଳି ଏକ ବ୍ୟକ୍ତିତ୍ବ ବିଷୟରେ ଆପଣକୁ କହିବାକୁ ଯାଉଛୁ, ଯିଏ ସମ୍ପୁର୍ଣ୍ଣ ସକ୍ଷମ ଥାଇ ବି ଦିବ୍ୟାଙ୍ଗମାନଙ୍କ କଷ୍ଟକୁ ଅନୁଭବ କରିବା ପାଇଁ ଏକ ଅଭିନବ ଉପାୟ ଆପଣାଇଛନ୍ତି । ସେ ହେଉଛିନ୍ତି ମାଲକାନଗିରି ସିମାନ୍ତ ଛତିଶଗଡ ସୁକମା ଏସପି ସଲଭ ସିନ୍ହା । ଯିଏ ଆଖିରେ ପଟି ବାନ୍ଧି ଅନୁଭବ କରିଛନ୍ତି ଅନ୍ଧ ମାନଙ୍କ ଯନ୍ତ୍ରଣା କିଭଳି ହୋଇପାରେ ।

ସୁକମା ଜିଲ୍ଲା ଏସପି ସଲଭ ସିହ୍ନା । ସେ କୌଣସି ଅନ୍ଧ ପୋଲିସ୍ ବାବୁ ନୁହନ୍ତି । କିନ୍ତୁ ଆଖିରେ ପଟି ବାନ୍ଧି ସେ ସିଡି ଓହ୍ଲାଉଛନ୍ତି । ଅନ୍ଧ, ମୁକଙ୍କ ଯନ୍ତ୍ରଣା କଣ ଏହାକୁ ନିଜେ ଅଙ୍ଗେ ନିଭାଇବା ପାଇଁ ସେ କିଛି ସମୟ ପାଇଁ ପାଲଟିଯାଇଛନ୍ତି ଅନ୍ଧ ଓ ମୂକ । ଅନ୍ଧ ଓ ମୂକ କିଭଳି ସେମାନଙ୍କ ଜୀବନରେ ବିଭିନ୍ନ ସମସ୍ୟା ଦେଇ ଗତି କରନ୍ତି ସେ ନେଇ ସେମାନଙ୍କର ସାରା ଜୀବନର କଷ୍ଟକୁ ପରୀକ୍ଷା ମୂଳକ ଭାବେ ନିଜେ ଅନୁଭବ କରି ଅନୁଭୂତିକୁ ସାଧାରଣରେ ବାଣ୍ଟିଛନ୍ତି। ଲିପ ରିଡିଙ୍ଗ,ଟଙ୍ଗ ରୋଲିଙ୍ଗ,ସାଙ୍କେତିକ ଭାଷା ଆଦି ଡେମୋ ଦେଖାଇବା ସହିତ  ଅନୁଭବ କରିଥିଲେ ଅନ୍ଧ ଓ ମୂକଙ୍କ ଅକୁହା କଷ୍ଟକୁ । ନିକଟରେ ଦିବ୍ୟାଙ୍ଗ ଦିବସ ଅବସରରେ ଏସପିଙ୍କ ଏଭଳି ପ୍ରୟାସକୁ ସାଧାରଣରେ ବେଶ ପ୍ରଶଂସା କରାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.