ଆଜି ପୁଣି କେନ୍ଦ୍ରୀୟ ଦିଲ୍ଲୀର ଜନବହୁଳ ଝାନସୀ ରାଣୀ ରୋଡ ଠାରେ ଥିବା ଶସ୍ୟ ଗୋଦାମରେ ଅଗ୍ନିକାଣ୍ଡ

ନୂଆଦିଲ୍ଲୀ: ଦିଲ୍ଲୀରେ ପୁଣି ଅଗ୍ନିକାଣ୍ଡ। କେନ୍ଦ୍ରୀୟ ଦିଲ୍ଲୀର ଜନବହୁଳ ଝାନସୀ ରାଣୀ ରୋଡ ଠାରେ ଥିବା ଶସ୍ୟ ଗୋଦାମରେ ଆଜି ପୁଣି ନିଁଆ ଲାଗିଛି। ଗତକାଲି ମଧ୍ୟ ସେହି ବିଲ୍‌ଡିଂରେ ନିଆଁ ଲାଗିଥିଲା। ନିଆଁକୁ ଆୟତ କରିବାକୁ ୪ଟି ଅଗ୍ନିଶମ ଗାଡ଼ି ଘଟଣାସ୍ଥଳରେ ପହଞ୍ଚିଛି। ଗତକାଲି ଅଗ୍ନିକାଣ୍ଡରେ ୪୩ ଜଣ ପ୍ରାଣ ହରାଇଥିଲେ। ଶତାଧିକ ଗୁରୁତର ହୋଇ ହସ୍‌ପିଟାଲରେ ଚିକିତ୍ସିତ ହେଉଛନ୍ତି । ବ୍ୟାଗ ତିଆରି କାରଖାନାରେ ଶ୍ରମିକ ଶ୍ରେଣୀର ଲୋକେ ରାତିରେ ଶୋଇଥିବା ବେଳେ ଗତକାଲି ଭୋର ୫ଟାରେ ବିଲ୍‌ଡିଂରେ ନିଆଁ ଲାଗିଯାଇଥିଲା। କ୍ରାଇମବ୍ରାଞ୍ଚ ଟିମ୍‌ ଛାନଭିନ୍‌ ଆରମ୍ଭ କରିଥିବା ବେଳେ ବିଚାରବିଭାଗୀୟ ତଦନ୍ତ ନିର୍ଦେଶ ଦେଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ । ଅନାଜ ମଣ୍ଡି ବିଲ୍‌ଡିଂର ମାଲିକ ରେହାନଙ୍କୁ ଗିରଫ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.