Below header

ଭଷାଣି ଉତ୍ସବରେ ଡିଜେ ଲାଇଟ୍ ର କୁପ୍ରଭାବ: ଖରାପ ହେଲା ୪୦ରୁ ଅଧିକ ମୋବାଇଲ

ଏହି ଖୋର୍ଦ୍ଧା ଲଷ୍ମୀ ପୂଜା ଭଷାଣି ଉତ୍ସବରେ ଏମିତି ଏକ ଘଟଣା ଘଟିଛି ଯାହାକୁ ଜାଣିବା ପରେ ଆପଣ ନିଜ ମୋବାଇଲକୁ ଡିଜେ ଲାଇଟ୍ ଠାରୁ ଶହେ ହାତ ଦୁରରେ ରଖିବେ।  ଏହି ଲଷ୍ମୀ ପୂଜା ଭଷାଣି ଉତ୍ସବରେ ପାଖାପାଖି ୪୦ ରୁ ଊର୍ଦ୍ଧ୍ଵ ମୋବାଇଲ ଖରାପ ହୋଇଯାଇଥିବା ଖବର ସାମ୍ନାକୁ ଆସିଛି ।

ଖୋର୍ଦ୍ଧା(କେନ୍ୟୁଜ୍) : ଏବେ ଚାଲିଛି ପାର୍ବଣ ଋତୁ । ସବୁଠି ବାଜା,ବାଣ ଓ ରୋଷଣୀରେ ଉଛୁଳି ପଡୁଛି ପରିବେଶ । ବିଭିନ୍ନ ମଣ୍ଡପରେ ପୂଜା ପାଉଛନ୍ତି ଦେବାଦେବୀ । ଗଣେଶ ପୂଜା, ଦୁର୍ଗା ପୂଜା ପରେ ପରେ ଏବେ ମା ଧନ ଲକ୍ଷ୍ମୀ ପୂଜା ମଣ୍ଡପରେ ପୂଜା ପାଇଥିଲେ । ତେବେ ଏହି ଅବସରରେ ଗତକାଲି ଖୋର୍ଦ୍ଧାରେ ପାଳନ ହୋଇଥିଲା ମା ଗଜଲକ୍ଷ୍ମୀଙ୍କ ଭଷାଣି ଉତ୍ସବ। ଜମିଥିଲା ମାହୋଲ । ଜିଜେ ସାଉଣ୍ଡ କୁ ବିଭିନ୍ନ ଭେରାଇଟିର ରଙ୍ଗ.ବେରଙ୍ଗର ଲାଇଟ୍ ରେ ସାରା ପରିବେଶ ଝଲସି ଉଠୁଥିଲା । ମାଙ୍କ ଏହି ଭଷାଣି ଉତ୍ସାବରେ ପ୍ରାୟ ୩୦ରୁ ଅଧିକ ମେଢ଼ ଯୋଗୋଦାନ ଦେଇଥିଲେ ।

ତେବେ ଏହି ଖୋର୍ଦ୍ଧା ଲଷ୍ମୀ ପୂଜା ଭଷାଣି ଉତ୍ସବରେ ଏମିତି ଏକ ଘଟଣା ଘଟିଛି ଯାହାକୁ ଜାଣିବା ପରେ ଆପଣ ନିଜ ମୋବାଇଲକୁ ଡିଜେ ଲାଇଟ୍ ଠାରୁ ଶହେ ହାତ ଦୁରରେ ରଖିବେ।  ଏହି ଲଷ୍ମୀ ପୂଜା ଭଷାଣି ଉତ୍ସବରେ ପାଖାପାଖି ୪୦ ରୁ ଊର୍ଦ୍ଧ୍ଵ ମୋବାଇଲ ଖରାପ ହୋଇଯାଇଥିବା ଖବର ସାମ୍ନାକୁ ଆସିଛି ।

ଗତକାଲି ଭଷାଣି ଉତ୍ସବ ସମୟରେ ହିଁ ଏଭଳି ଏକ ଅଭାବନୀୟ ଘଟଣା ଘଟିଥିଲା। ଏହି ଉତ୍ସବରେ ପ୍ରତି ମେଢ଼ରେ ବାଜୁଥିଲା ଅଲଗା ଅଲଗା ଡିଜେ। ଏହି ଡିଜେରେ ଓଡ଼ିଶାର ନାମୀ ଦାମୀ ଡିଜେ ପାର୍ଟି ସବୁ ସାମିଲ୍ ଥିଲେ । ଲୋକେ ଡିଜେ ସାଉଣ୍ଡର ତାଳେ ତାଳେ ଝୁମୁଥିଲେ। ଭଷାଣି ଉତ୍ସବର ଫୁଲ୍ ମଜା ନେବା ସହିତ ଭିଡିଓ ବି କରୁଥିଲେ ।

ତେବେ ସେହି ସମୟରେ ଡିଜେରେ ଲାଗିଥିବା ଲାଇଟ ମୋବାଇଲ କ୍ୟାମେରାରେ ପଡିଥିଲା । ଯାହାଫଳରେ ମୋବାଇଲର କ୍ୟାମେରା ଖରାପ ହୋଇଯାଇଥିବା ଦେଖିବାକୁ ମିଳିଛି । ତେବେ ଗୋଟେ କି ଦୁଇଟି ନୁହେ ୪୦ରୁ ଅଧିକ ମୋବାଇଲର କ୍ୟାମେରା ଖରାପ ହୋଇଥିବା ନେଇ ଅଭିଯୋଗ ଆସିଛି ।

ଯାହା କୁହାଯାଉଛି କି ଡିଜେରେ ବ୍ୟବହାର ହେଉଥିବା ହାଇ ଫ୍ରିକ୍ୟୁଏନ୍ସି ଲେଜର ଲାଇଟ୍‌ ପାଇଁ ଏଭଳି ଘଟଣା ଘଟିଥାଇପାରେ । ତେବେ ଏହି ଘଟଣା ପ୍ରାଚାର ହେବା ପରେ ସମଗ୍ର ଅଞ୍ଚଳରେ ଏହା ଚର୍ଚ୍ଚାର ବିଷୟ ପାଲଟିଛି । ତେଣୁ ଡିଜେ ର ଲେଜର ଲାଇଟ୍‌ ଠାରୁ ଦୁରେଇ ରଖନ୍ତୁ ଆପଣଙ୍କ ଫୋନ୍ ନଚେତ୍ ଅଆପଣଙ୍କ ଦାମୀ ମୋବାଇଲ୍ ବି ହୋଇପାରେ ଖରାପ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.