Below header

କେବେ ଘୋଷଣା ହେବ ସାଧାରଣ ନିର୍ବାଚନ ତାରିଖ ? ଇସିଙ୍କ ନିଷ୍ପତ୍ତି ଉପରେ ସମସ୍ତଙ୍କ ନଜର

କେବେ ଘୋଷଣା ହେବ ସାଧାରଣ ନିର୍ବାଚନ ତାରିଖ । ଇସିଙ୍କ ନିଷ୍ପତ୍ତି ଉପରେ ସମସ୍ତଙ୍କ ନଜର ରହିଛି । ପୂର୍ବରୁ ମାର୍ଚ୍ଚ ପ୍ରଥମ ସପ୍ତାହରେ ନିର୍ବାଚନ ତାରିଖ ଘୋଷଣା ହେବ ବୋଲି ସୂଚନା ମିଳିଥିଲା । ୨୦୦୪ ମସିହାରେ ସାଧାରଣ ନିର୍ବାଚନ ପାଇଁ ଫେବ୍ରୁଆରି ୨୯ରେ ନିର୍ବାଚନ ତାରିଖ ଘୋଷଣା ହୋଇଥିଲା । ସେହିପରି ୨୦୦୯ ମସିହାରେ ମାର୍ଚ୍ଚ ୨ ତାରିଖ ଓ ୨୦୧୪ ମସିହାରେ ମାର୍ଚ୍ଚ ୫ ତାରିଖରେ ନିର୍ବାଚନ ବିଗୁଲ ବାଜିଥିଲା ।

ଆଜି ନିର୍ବାଚନ କମିଶନଙ୍କ ବୈଠକ ବସିିଥିବାର ସୂଚନା ମିଳିଛି । ପୂର୍ବରୁ ଭୋଟ ତାଲିକା ସହ ନିର୍ବାଚନ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ତେଣୁ ଯେ କୌଣସି ମୁହୂର୍ତ୍ତରେ ନିର୍ବାଚନ ତାରିଖ ଘୋଷଣା ହୋଇପାରେ । ଆସନ୍ତା ଏପ୍ରିଲ-ମେରେ ଭୋଟଗ୍ରହଣ ହେବା ସମ୍ଭାବନା ରହିଛି। ଜୁନ୍ ୩ ତାରିଖ ପୂର୍ବରୁ ନୂଆ ଲୋକସଭା ଗଠନ ହେବ । ସେହିପରି ଓଡ଼ିଶା ସମେତ ଆନ୍ଧ୍ରପ୍ରଦେଶ, ଅରୁଣାଚଳ ପ୍ରଦେଶ, ସିକିମ ବିଧାନସଭା ପାଇଁ ନିର୍ବାଚନ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.