ସୋନାକ୍ଷୀଙ୍କ ଗିରଫ ଉପରେ ରୋକ୍ ଲଗାଇଲା ଇଲହାବାଦ୍ ହାଇକୋର୍ଟ , ଜାଣନ୍ତୁ କାରଣ

ମୁମ୍ବାଇ : ବଲିଉଡ଼ର ଦବଙ୍ଗ ଗର୍ଲ ସୋନାକ୍ଷୀଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଠକ ମାମଲାରେ ଇଲହାବାଦ୍ ହାଇକୋର୍ଟ ଅଭିନେତ୍ରୀଙ୍କ ଗିରଫକୁ ଏବେ ଅଟକାଇଛି। କୋର୍ଟରେ କୁହାଯାଇଛି ଏହି ମାମଲା ସିଭିଲ ଡିପାର୍ଟମେଣ୍ଟର ତାହାକୁ ସେହି ଭାବରେ ତଦନ୍ତ କରାଯିବ।

ଖବର ମୁତାବକ, ସୋନାକ୍ଷୀଙ୍କ ବିରୋଧରେ ରୁଜୁ ହୋଇଥିବା ମମଲାର ସଂପୂର୍ଣ୍ଣ ଯାଞ୍ଚ ନହେଲା ପର‌୍ୟ୍ୟନ୍ତ ତାଙ୍କର ଗିରଫ ଉପରେ କୋର୍ଟ ରୋକ ଲଗାଯାଛି। ଅଦାଲତ ସୋନାକ୍ଷୀଙ୍କୁ ମାମଲାର ତଦନ୍ତରେ ସହଯୋଗ କରିବାକୁ କହିଥିବା ବେଳେ ଆବଶ୍ୟକ ସ୍ଥଳରେ କୋର୍ଟରେ ହାଜର ହେବା ପାଇଁ ଆଦେଶ ଦେଇଛି।

sona

ଆପଣଙ୍କୁ କହିବାକୁ ଚାହିଁବୁ, ସୋନାକ୍ଷୀଙ୍କ ବିରୋଧରେ ୩୦ ସେପ୍ଟେମ୍ବର ୨୦୧୮ ମସିହାରେ ଏକ କାର‌୍ୟ୍ୟକ୍ରମରେ ସାମିଲ ନହେବା ନେଇ ଅଭିଯୋଗ ଆସିଥିଲା। ଏହି କାର‌୍ୟ୍ୟକ୍ରମ ପାଇଁ ସୋନାକ୍ଷୀ ଆଡଭାନ୍ସ ୩୭ ଲକ୍ଷ ଟଙ୍କା ନେଇଥିଲେ। କିନ୍ତୁ ଠିକ୍ ସମୟରେ କାର‌୍ୟ୍ୟକ୍ରମରେ ସାମିଲ ହୋଇନଥିଲେ। ଏହାଛଡ଼ା ସୋନାକ୍ଷୀ ମଧ୍ୟ ମୁରାଦାବାଦର କଟଘର ପୋଲିସ ଷ୍ଟେସନରେ ୨୨ ଫେବ୍ରୁଆରୀକୁ କିଛି ଘଟଣାକୁ ନେଇ ୪ଜଣ ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରିଥିଲେ।

ଖୁବ୍ ଶୀଘ୍ର ସୋନାକ୍ଷୀଙ୍କୁ କରଣଙ୍କ ନିର୍ଦ୍ଦେଶିତ ଫିଲ୍ମ କଳଙ୍କରେ ଦେଖିବାକୁ ମିଳିବ। ଫିଲ୍ମରେ ତାଙ୍କ ଛଡ଼ା ଆଦିତ୍ୟ କପୁର, ବରୁଣ ଧୱନ, ସଞ୍ଜୟ ଦତ୍ତ, ମାଧୁରୀ ଦିକ୍ଷିତ , ଆଲିଆ ଭଟ୍ଟ ଆଦିଙ୍କୁ ଦେଖିବାକୁ ମିଳିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.