Below header

କମୁଛି କି ବିଜେଡି-ବିଜେପି ମଧ୍ୟରେ ଦୂରତା ? ବିଜେପି ରାଜ୍ୟସଭା ପ୍ରାର୍ଥୀ ଅଶ୍ୱିନୀ ବୈଷ୍ଣବଙ୍କୁ ନବୀନଙ୍କ ସମର୍ଥନ ଘୋଷଣା ନେଇ ରାଜନୀତିରେ ହଲଚଲ

କମୁଛି ବିଜେଡି-ବିଜେପି ଦୂରତା। ନିର୍ବାଚନ ସମୟ ମଧ୍ୟରେ ଥିବା କଟୁତା ଏବେ ଉଭେଇ ଗଲାଣି। ବିଶେଷ କରି ନିର୍ବାଚନ ସରିବା ପରେ ମୋଦି-ନବୀନ ସମ୍ପର୍କ ଯେପରି ଧିରେଧିରେ ଗଢ଼ି ଉଠୁଛି ତାକୁ ନେଇ ବିଜେପି-ବିଜେଡି ସମ୍ପର୍କ ପୁଣି ନିବିଡ ହେଉଥିବା ଚର୍ଚ୍ଚା ହେଉଛି।

ଏ ଥିଲା ନିର୍ବାଚନ ସମୟର କଥା। ଫୁଲ୍ ଫାଇଟ୍ ମୁଡ୍ରେ ଥିଲେ ବିଜେପି-ବିଜେଡି। ନିର୍ବାଚନ ସରିଲା ଗୋଟିଏ ବାତ୍ୟା ବଦଳାଇ ଦେଲା ରାଜନୈତିକ ପାଣିପାଗ। ଫନି ପରେ ଓଡ଼ିଶା ଆସିଥିରେ ମୋଦି। ନବୀନଙ୍କ ସହ ହ୍ୟାଣ୍ଡସେକ୍ ହେଲା। ଫନି ମୁକାବିଲାର ନବୀନଙ୍କୁ ପ୍ରଂଶସା କଲେ।

baisnava 1

ନିର୍ବାଚନ ରେଜଲ୍ଟ ଆସିଲା। ଦେଶରେ ମୋଦି ସୁନାମି, ଓଡ଼ିଶାରେ ନବୀନ ଲହର। ନବୀନ-ମୋଦି ସମ୍ପର୍କରେ ଅନକୂଳ ପାଗ ସୃଷ୍ଟି କଲା। ନବୀନ ଦିଲ୍ଲୀ ଗସ୍ତ କରି, ମୋଦିଙ୍କୁ ଭେଟିଲେ। ବିପୁଳ ବିଜୟ ପାଇଁ ଶୁଭେଚ୍ଛା ଜଣାଇ, ଓଡ଼ିଶାର ଦାବି ରଖିଲେ।

ମୋଦିଙ୍କୁ ଭେଟିବା ସହ ନୀତି ଆୟୋଗ ବୈଠକରେ ସାମିଲ ହୋଇ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦାବି ଦୋହରାଇଥିଲେ। ଫୋକସ ଷ୍ଟେଟ୍ କଥା କହିଥିଲେ। ଏହାସହ ମୋଦି ଡାକିଥିବା ସର୍ବଦଳୀୟ ବୈଠକରେ ଯୋଗ ଦେଇଥିଲେ ନବୀନ। ୱାନ ନେସନ ୱାନ ଇଲେକ୍ସନ ପ୍ରସଙ୍ଗରେ କେନ୍ଦ୍ରର ନୀତିକୁ ସମର୍ଥନ କରିଥିଲେ। ଏବେ ବିଜେପିର ରାଜ୍ୟସଭା ପ୍ରାର୍ଥୀଙ୍କୁ ସମର୍ଥନ କରିବ ବିଜେଡି। ଏ ସବୁ ଘଟଣାବଳୀରୁ ଚର୍ଚ୍ଚା ହେଉଛି, ବିଜେପି-ବିଜେଡି ମଧ୍ୟରେ ଦୂରତା କମୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.