‘ମୋର କାର୍ଯ୍ୟଦକ୍ଷତା ରିପୋର୍ଟ ଜନତା ଲେଖୁଛନ୍ତି, ମୁଁ ଆପଣଙ୍କ କାର୍ଯ୍ୟଦକ୍ଷତା ରିପୋର୍ଟ ଲେଖୁଛି ‘ ନବୀନ ପଟ୍ଟନାୟକ

ଅଫିସରଙ୍କୁ ନବୀନଙ୍କ ଗୁରମନ୍ତ୍ର । ନବୀନ କହିଛନ୍ତି, ‘ମୋର କାର୍ଯ୍ୟଦକ୍ଷତା ରିପୋର୍ଟ ଜନତା ଲେଖୁଛନ୍ତି । ମୁଁ ଆପଣଙ୍କ କାର୍ଯ୍ୟଦକ୍ଷତା ରିପୋର୍ଟ ଲେଖୁଛି ।‘ଜନତାଙ୍କ ପାଖରେ ଉଭୟ ଉତ୍ତରଦାୟୀ ରହିବା । ଅଫିସରଙ୍କୁ ମୁଖ୍ୟମନ୍ତ୍ରୀ ପ୍ରଶ୍ନ ପଚାରି କହିଛନ୍ତି, ରୋଗୀ ସେବାରେ ସନ୍ତୁଷ୍ଟ କି ନାହିଁ ସେକଥା ସ୍ୱାସ୍ଥ୍ୟବିଭାଗ ଜାଣୁଛି କି ? ଗାଡ଼ି ଚଲାଇବା ଲାଇସେନ୍ସ ନେଲା ବେଳେ କଣ ଘଟୁଛି ତାହା ପରିବହନ ବିଭାଗ ବୁଝୁଛି ତ ? ସବରେଜିଷ୍ଟ୍ରାର ଅଫିସରେ କଣ ଚାଲୁଛି ? ‘ସବୁ ଅଫିସ ଲୋକଙ୍କ ପଇସାରେ ଚାଲୁଛି । ‘ସେମାନେ ଅଫିସ କାମରେ ସନ୍ତୁଷ୍ଟ ତ ?’

ସେହିପରି ୫ T ଉପରେ ଗୁରୁତ୍ୱ ଦେଇଛନ୍ତି ନବୀନ । ୫ T ର କାର‌୍ୟ୍ୟକାରିତାକୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟଳୟ ତଦାରଖ କରିବ । ଅଫିସରଙ୍କୁ ସେ ଅଷ୍ଟ୍ରେଲିଆ,ସାଉଥ୍ କୋରିଆ,ସିଙ୍ଗାପୁର ଉଦାହରଣ ଦେଇଛନ୍ତି । ସେହିପରି ସରକାରୀ ଅଫିସ ସମୟକୁ ବଦଳାଇଛନ୍ତି ମୁଖ୍ୟମନ୍ତ୍ରୀ । ଏଣିକି ସକାଳ ୧୦ଟାରୁ ସଂଧ୍ୟା ୫ଟା ୩୦ ପର୍ଯ୍ୟନ୍ତ ଅଫିସ କାର୍ଯ୍ୟ ହେବ । ମଧ୍ୟାହ୍ନ ଭୋଜନ ପାଇଁ ଦିନ ସାଢ଼େ ଗୋଟାରୁ ୨ ଟା ଯାଏ ଧାର୍ଯ୍ୟ କରାଯାଇଛି । ସେହିପରି ଦ୍ୱିତୀୟ ଶନିବାର ସହ ଚତୁର୍ଥ ଶନିବାର ମଧ୍ୟ ସରକାରୀ ଅଫିସ ଛୁଟି ରହିବ । ସଚିବାଳୟରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସବୁ ବିଭାଗର ସଚିବ ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.