Below header

ସୁଧୁରୁନି ପଶ୍ଚିମବଙ୍ଗର ରାଜନୈତିକ ସ୍ଥିତି, କିଛି ଦିନ ଶାନ୍ତ ପରେ ପୁଣି ତେଜିଲା ହିଂସାକାଣ୍ଡ

କୋଲକତା: ପଶ୍ଚିମବଙ୍ଗ ଭଟ୍ଟପଡ଼ାରେ ପୁଣି ହିଂସା । ହିଂସାକାଣ୍ଡ ଘଟିଥିବା ସ୍ଥାନକୁ ଆଜି ବିଜେପିର ଏକ ଟିମ୍‌ ଯାଇ ପହଞ୍ଚିବା ପରେ ପୁଣି ହିଂସାକାଣ୍ଡ ଘଟିଛି । ଏଥିରେ ବହୁ ଲୋକ ଆହତ ହୋଇଛନ୍ତି । ଗୁରୁବାର ଭଟ୍ଟପଡ଼ାରେ ହିଂସାକାଣ୍ଡ ଘଟି ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ବହୁ ଲୋକ ଆହତ ହୋଇଥିଲେ । ଏହାର ତଦନ୍ତ ପାଇଁ ବିଜେପିର ଏକ ତିନି ଜଣିଆ ଟିମ୍‌ ଆଜି ଭଟ୍ଟପଡ଼ା ଯାଇଥିଲେ । ସେମାନେ ଯିବା ପରେ ସାନି ହିଂସା ସୃଷ୍ଟି ହୋଇଥିଲା । ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଆରମ୍ଭ ହୋଇ ଯାଇଥିଲା । ଉଭୟ ପକ୍ଷରୁ ବୋମାମାଡ଼ ଏବଂ ପଥର ମାଡ଼ ହୋଇଥିଲା । ପୋଲିସ ଉପସ୍ଥିତିରେ ଏହି ଗଣ୍ଡଗୋଳ ହୋଇଥିଲା । ଲୋକେ ପୋଲିସ ବିରୋଧୀ ନାରା ମଧ୍ୟ ଦେଇଥିଲେ । ପରିସ୍ଥିତି ନିୟନ୍ତ୍ରଣ କରିବାକୁ ଯାଇ ପୋଲିସ ଲାଠିମାଡ଼ କରିଥିଲା । ଗଣ୍ଡଗୋଳରେ ବହୁ ଲୋକ ଆହତ ହୋଇଛନ୍ତି । ହିଂସାକାଣ୍ଡ ପାଇଁ ବିଜେପି ଓ ଟିଡିପି ପରସ୍ପରକୁ ଦାୟୀ କରୁଛନ୍ତି ।

 

ତେବେ କଡ଼ା ସୁରକ୍ଷା ଭିତରେ ଘଟଣା ସ୍ଥଳକୁ ଯାଇଥିବା ତିନି ଜଣିଆ ଟିମ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କୁ ରିପୋର୍ଟ ଦେବେ । ଆଜି ବିଜେପି ଟିମ୍‌ ଭଟ୍ଟପଡ଼ା ଗସ୍ତ କରିବା ପୂର୍ବରୁ କଂଗ୍ରେସ ଏବଂ ସିପିଏମ ଟିମ୍‌ ମଧ୍ୟ ଗସ୍ତ କରିଥିଲେ । ଏମାନେ ଘଟଣାର ସିବିଆଇ ତଦନ୍ତ ଦାବି କରିଛନ୍ତି । ପଶ୍ଚିମବଙ୍ଗରେ ଏପର୍ଯ୍ୟନ୍ତ ନିର୍ବାଚନୀ ହିଂସା ଲାଗି ରହିଛି । ବିଭିନ୍ନ ସମୟରେ ଗଣ୍ଡଗୋଳ ଘଟି ଉଭୟ ପକ୍ଷର ବହୁ କର୍ମୀ ପ୍ରାଣ ହରାଇଲେଣି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.