ପ୍ରଥମ ଥର ପାଇଁ ଓଡିଶା କରିବାକୁ ଯାଉଛି ଟେବୁଲ ଟେନିସ୍ କମନ େଓ୍ଵଲଥ ଗେମ୍ ଆୟୋଜନ

ଓଡ଼ିଶାରେ ହେବ ଟେବୁଲ ଟେନିସ୍ କମନ େଓ୍ଵଲଥ ଗେମ୍। ପ୍ରଥମ ଥର ପାଇଁ ରାଜ୍ୟ ଏହି କମନ େଓ୍ଵଲଥ ଗେମ ଆୟୋଜନ କରୁଛି। ଭୁବନେଶ୍ୱରରେ ହକି ବିଶ୍ୱ କପ୍ର ସଫଳ ଆୟୋଜନ ପରେ କଟକ ଜବାହାର ଲାଲ ନେହେରୁ ଇନଡୋର ଷ୍ଟାଡିୟମରେ ହେବ ଟେବୁଲ ଟେନିସ୍ ରାଜ୍ୟ ଗୋଷ୍ଠୀ କ୍ରୀଡା। ଜୁଲାଇ ୧୭ରୁ ୨୨ ତାରିଖ ପର୍ଯ୍ୟନ୍ତ ପ୍ରତିଯୋଗିତା ଚାଲିବ । ପାକିସ୍ଥାନ ସମେତ ସମୁଦାୟ ୧୪ଟି ଦେଶ ଏଥିରେ ଭାଗ ନେବେ ବୋଲି କହିଛନ୍ତି । ଆଉ ଦୁଇ ତିନୋଟି ଦେଶ ସାମିଲ ହୋଇ ପାରନ୍ତି ବୋଲି ଟେବୁଲ ଟେନିସ୍ ଆସୋସିଏସନ ଆଶା ରଖିଛି ।

ନିକଟରେ ଇନଡୋର ଷ୍ଟାଡିୟମରେ ଜାତୀୟ ଟେବୁଲ ଟେନିସ ଚାମ୍ପିଅନସିପ୍ ସଫଳତାର ସହ ଆୟୋଜିତ ହୋଇଥିଲା। କ୍ରୀଡା ସଚିବ ବିଶାଲ୍ ଦେବ୍ ଆଜି କଟକ ଇନଡୋର ଷ୍ଟାଡିୟମ ବୁଲି ସମୀକ୍ଷା କରିଛନ୍ତି। ଓଡିଶା ସରକାରଙ୍କ ପକ୍ଷରୁ ଟେବୁଲ ଟେନିସ କମନ େଓ୍ଵଲଥ ଗେମ ପାଇଁ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦେଉଥିବାରୁ ଟେବୁଲ ଟେନିସ ଆସୋସିଏସନ ପକ୍ଷରୁ ଧନ୍ୟବାଦ ଦିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.