Below header

ଖୋର୍ଦ୍ଧା: ଯୁକ୍ତ ଦୁଇ କଳା ପରୀକ୍ଷା ଫଳରେ ତ୍ରୁଟି, ପ୍ରତିବାଦରେ ପ୍ରାଣନାଥ କଲେଜରେ ଉତ୍ତେଜନା

ଖୋର୍ଦ୍ଧା : ଯୁକ୍ତ ଦୁଇ କଳା ପରୀକ୍ଷା ଫଳରେ ତ୍ରୁଟି ଅଭିଯୋଗ ନେଇ ଉତ୍ତେଜନା । ଖୋର୍ଦ୍ଧା ପ୍ରାଣନାଥ ସ୍ୱୟଂଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷାଙ୍କୁ ଘେରିଲେ ଛାତ୍ରଛାତ୍ରୀ । ଅଭିଯୋଗ ଅନୁଯାୟୀ, ଯୁକ୍ତ ଦୁଇ କଳାରେ ଇଚ୍ଛାଧୀନ ବିଷୟ ସଂସ୍କୃତ ରଖିଥିବା ୨୫ ଜଣ ଛାତ୍ରଛାତ୍ରୀଙ୍କ ଫଳାଫଳ ଫେଲ ଆସିଛି । ସଂସ୍କୃତ ପରୀକ୍ଷାରେ ସେମାନେ ଅନୁପସ୍ଥିତ ଥିବାରୁ ଫେଲ ହୋଇଛନ୍ତି । ହେଲେ ସଂପୃକ୍ତ ଛାତ୍ରଛାତ୍ରୀମାନେ କହିଛନ୍ତି , ସେମାନେ ସଂସ୍କୃତ ବିଷୟରେ ପରୀକ୍ଷା ଦେଇଥିଲେ । ଏହାକୁ ନେଇ ସେମାନେ କଲେଜ ଅଧ୍ୟକ୍ଷାଙ୍କୁ ଘେରିଥିଲେ । ଏନେଇ ଅଧ୍ୟକ୍ଷା କହିଛନ୍ତି , ମୂଲ୍ୟାୟନରେ ତ୍ରୁଟି ରହିଯାଇଛି । ଏନେଇ କାଉନସିଲ ସହ ଯୋଗାଯୋଗ କରାଯିବ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.