Below header

ନାସା ସର୍ଭର ହ୍ୟାକ, ମଙ୍ଗଳ ଅଭିଯାନ ସହ ଜଡିତ ତଥ୍ୟ ହେଲା ଚୋରି

ଆମେରିକୀ ସ୍ପେସ୍ ଏଜେନ୍ସି ନାସା ହ୍ୟାକିଂର ଶିକାର ହୋଇଛି। ଦୁନିଆର ବିଭିନ୍ନ ବଡ଼ବଡ଼ ଅନୁଷ୍ଠାନର ସର୍ଭରକୁ ନିଜର କେନ୍ଦ୍ର କରିବା ପରେ ଏବେ ହ୍ୟାକର୍ସଙ୍କ ନଜର ନାସା ଉପରେ। ନାସାର ଅଫିସ ଅଫ ଇସ୍ପେକ୍ଟର ଜେନେରାଲ (OIG) ଦ୍ବାରା ଏହି ସପ୍ତାହରେ ପ୍ରକାଶିତ ହୋଇଥିବା ଏକ ରିପୋର୍ଟରେ ଏହାର ଖୁଲାସା ହୋଇଛି।

ରିପୋର୍ଟ ମୁତାବକ, ୨୦୧୮ ମସିହାରେ ହ୍ୟାକର୍ସ ମାନେ ଏଜେନ୍ସିରେ ଅନାଧିକ୍ରୁତ ଭାବେ ପ୍ରବେଶ କରିବା ପରେ ମଙ୍ଗଳ ମିଶନ ସମ୍ବନ୍ଧୀତ ଡାଟାକୁ ଚୋରି କରିବାରେ ସଫଳ ହୋଇଛନ୍ତି। ମିଳିଥିବା ସୂଚନା ମୁତାବକ, ହ୍ୟାକର୍ସ ମାନେଏକ ଛୋଟ ଡିଭାଇସ ଜରିଆରେ ନାସାର ଜେଟ ପ୍ରୋପଲନ୍ସ ପ୍ରୟୋଗଶାଳା(JPL)ର ଆଇଟି ନେଟୱାର୍କକୁ ନିଶାନା ଲଗାଇଥିଲେ। ଏବଂ ଏଥିରୁ ୫୦୦ ଏମବିର ଡାଟା ଚୋରୀ କରିଥିଲେ।

NASA-logo

ଏପରି ହୋଇଥିଲା ଆଟାକ୍

OIG ଦ୍ବାରା ପ୍ରକାଶିତ ୪୯ ବିଶିଷ୍ଟ ପତ୍ରରେ ଲେଖାଯାଇଛି, ହ୍ୟାକର୍ସ ମାନେ ଆଟାକ କରିବା ପାଇଁ ଏକ ସିଷ୍ଟମର ସାହାଯ୍ୟ ନେଇଥିଲେ। ଏବଂ ଶେୟର୍ଡ ନେଟୱର୍କ ଗେଟୱେର ବ୍ୟବହାର କରିଥିଲେ। ଯାହା ଫଳରେ ହ୍ୟାକର୍ସ ଡାଟା ଚୋରୀ କରିଥିବା ନେଟୱର୍କ ଯାଏଁ ପହଞ୍ଚିବାକୁ ସଫଳ ହୋଇଥିଲେ ଏବଂ ମଙ୍ଗଳ ଅଭିଯାନ ସମ୍ବନ୍ଧୀୟ ସମସ୍ତ ତଥ୍ୟ ଚୋରୀ କରିବାରେ ସକ୍ଷମ ହୋଇଥିଲେ।
ତେବେ ଏହା ପ୍ରଥମ ଥର ନୁହଁ ୨୦୧୮ ମସିହା ଏପ୍ରିଲ ମାସରେ JPL ଏବଂ DSN ଆଇଟି ନେଟୱର୍କ ଉପରେ ଆଟାକ କରିଥିଲେ। ତେବେ ନାସାକୁ ଏବେ ଏହି ଡର ଲାଗି ରହିଛି କି ହ୍ୟାକର୍ସ ମାନେ ବୋଧ ହୁଏ ତାଙ୍କ ମୁଖ୍ୟ ସର୍ଭର ଉପରେ ଆଟାକ କରିପାରନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.