Below header

ରଗବି ମହିଳା ଚାମ୍ପିଅନସିପରେ ଇତିହାସ ରଚିଲା ଭାରତ, ସିଙ୍ଗାପୁରକୁ ହରାଇ ଜିତିଲା ବ୍ରୋଞ୍ଜ ପଦକ

ଏସୀୟ ରଗବି ମହିଳା ଚାମ୍ପିଅନସିପରେ ଇତିହାସ ରଚିଲା ଭାରତ । ଫିଲିଫାଇନ୍ସର ମାନିଲାରେ ସିଙ୍ଗାପୁରକୁ ୨୧-୧୯ ପଏଣ୍ଟରେ ହରାଇ ବ୍ରୋଞ୍ଜ ପଦକ ଜିତିଲା ଭାରତୀୟ ମହିଳା ରଗବୀ ଟିମ୍‌ । କିସ ଛାତ୍ରୀ ସୁମିତ୍ରା ନାୟକଙ୍କ ପେନାଲ୍ଟି ବଳରେ ଭାରତ ଏହି ସଫଳତା ହାସଲ କରିଛି । ଏଥିସହ ଟୁର୍ଣ୍ଣାମେଣ୍ଟରେ ତୃତୀୟ ସ୍ଥାନରେ ରହିଛି ଭାରତୀୟ ଦଳ ।

ବିଜୟୀ ଟିମରେ ୫ ଜଣ କିସ୍‌ ଛାତ୍ରୀ ହୁପି ମାଝୀ, ରଜନୀ ଶବର, ମୀନାରାଣୀ ହେମ୍ବ୍ରମ, ପାର୍ବତୀ କିସ୍କୁ ଓ ସୁମିତ୍ରା ନାୟକ ଖେଳୁଥିଲେ । ସେପଟେ ଭାରତୀୟ ମହିଳା ରଗବୀ ଟିମକୁ ଏହି ଐତିହାସିକ ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭେଚ୍ଛା ଜଣାଇଛନ୍ତି । ସେ ଟ୍ଵିଟ କରି କହିଛନ୍ତି, ରଗବି ମହିଳା ଖେଳାଳିଙ୍କ ଭବିଷ୍ୟତ ଉଜ୍ଜ୍ୱଳ । ସେହିପରି ବିଜୟୀ ଟିମକୁ ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତ ଶୁଭେଚ୍ଛା ଜଣାଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.