Below header

ଘଟଣା ଶୁଣି ରକ୍ତ ହେବ ଗରମ, ସ୍ବାମୀ ତିନି ଛୁଆ ସହ ସ୍ତ୍ରୀର ଗଳା କାଟିକଲା ହତ୍ୟା

ସ୍ତ୍ରୀ ସହ ତିନି ପିଲାଙ୍କୁ ହତ୍ୟାକଲା ସ୍ୱାମୀ । ତିନି ପିଲାଙ୍କ ମଧ୍ୟରେ ଗୋଟିଏ ଦୁଇ ମାସର ଝିଅ ରହିଛି । ଦକ୍ଷିଣ ଦିଲ୍ଲୀର ମେହେରୁଲି ଅଞ୍ଚଳରେ ଏହି ହତ୍ୟାକାଣ୍ଡ ଘଟିଛି । ତିନି ଜଣଙ୍କୁ ହତ୍ୟା କରି ଘରୁ ପଳାଇବା ପୂର୍ବରୁ ଏକ ନୋଟ୍ ଛାଡି ଯାଇଥିଲା ଅଭିଯୁକ୍ତ । ଏହି ନୋଟରେ ସେ ନିଜେ ହତ୍ୟା କରିଥିବା ଲେଖିଥିଲେ ବି କାହିଁକି ହତ୍ୟା କରିଛି ସେ ନେଇ କିଛି ଉଲ୍ଲେଖ କରି ନଥିଲା ।

murder

ପରେ ତାକୁ ଗିରଫ କରାଯାଇଛି । ଅଭିଯୁକ୍ତର ନାଁ ଉପେନ୍ଦ୍ର ଶୁକ୍ଳା । ସେ ଜଣେ ଟ୍ୟୁସନ ଶିକ୍ଷକ ବୋଲି ଜଣା ପଡ଼ିଛି । ସମସ୍ତଙ୍କୁ ଗଳାକାଟି ସେ ହତ୍ୟା କରିଥିଲା । ହତ୍ୟାରେ ବ୍ୟବହୃତ ଛୁରୀକୁ ଜବତ କରିଛି ପୋଲିସ । ହତ୍ୟାକାଣ୍ଡର କାରଣ ସ୍ପଷ୍ଟ ହୋଇ ନାହିଁ । ଅଭିଯୁକ୍ତକୁ ପୋଲିସ ପଚରାଉଚରା କରୁଛି । ତେବେ ଅଭିଯୁକ୍ତ ଉପେନ୍ଦ୍ର ଶୁକ୍ଳା ମାନସିକ ଚାପରେ ଥିବା ପୋଲିସ ସୂତ୍ରରୁ ଜଣାପଡ଼ିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.