ନକଲି ସୁନାଚେନ ଓ ପ୍ୟାନକାର୍ଡ ଦେଖାଇ ସୁନା କିଣିଥିଲେ ବୃଦ୍ଧ , ଥାନାରେ ଦେଲେ ଦେକାନୀ

ବାଲେଶ୍ବର: ବହାନଗା ବ୍ଲକରେ ଥିବା ଅଂଶିକା ଜୁଏଲାରୀ ଦେକାନରେ ଜଣେ ବୃଦ୍ଧ ନକଲି ପ୍ୟାନକାର୍ଡ ପିତ୍ତଳ ଗହଣା ଦେଇ ସୁନା ଗହଣା କିଣୁଥିବା ବେଳେ ଦେକାନୀ ହାତରେ ଧରା ପଡିଛନ୍ତି । ବୃଦ୍ଧ ଜଣଙ୍କ ପ୍ରଥମେ ଜୁଏଲାରୀ ଦୋକାନକୁ ଆସି ପିତ୍ତଳର ଗହଣା ଓ ଏକ ନକଲି ପ୍ୟାନକାଡର୍ ଦେଇ ଗହଣା କିଣୁଥିଲେ। ଜୁଏଲାରୀ ମାଲିକଙ୍କର ସନ୍ଦେହ ବଢିବାରୁ  ବୃଦ୍ଧ ଜଣଙ୍କୁ ସେଠାରେ ବସାଇ ପୋଲିସକୁ ଖବର ଦେଇଥିଲେ। ଖବର ପାଇ  ଗୋପାଳପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ବୃଦ୍ଧଜଣଙ୍କୁ ପଚାର ଉଚରା କରିଛି। ତେବେ ଏହି ବୃଦ୍ଧ ଜଣଙ୍କର ପରିଚୟ ମିଳିପାରି ନାହିଁ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.