୮ଶହ ବର୍ଷ ପୁରୁଣା ପରମ୍ପରା, ଦୀପାବଳି ଅବସରରେ ଏହି ମନ୍ଦିରରେ ଉଠିଥାଏ ମହାଦୀପ

ଭଦ୍ରକ(କେନ୍ଯୁଜ୍) : ପ୍ରତି ବର୍ଷ ପରି ଚଳିତ ବର୍ଷ ମଧ୍ଯ ଶୁଭ ଦୀପାବଳି ଅବସରରେ ଉଠିଲା ମହାଦୀପ। ଭଦ୍ରକ ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ଆରଡିର ବାବା ଆଖଣ୍ଡଳମଣୀଙ୍କ ପୀଠରେ ଗତକାଲି ରାତି ୧୦ଟାରେ ଉଠିଥିଲା ମହାଦୀପ । ଏହାକୁ ଦେଖିବା ପାଇଁ ଆଖପାଖ ଅ଼ଞ୍ଚଳର ବହୁ ଭକ୍ତଙ୍କ ଭିଡ ଜମିଥିଲା । ଦୀପାବଳି ଅବସରରେ ମହାଦୀପ ଉଠିବା ପରମ୍ପରା ୮ଶହ ବର୍ଷ ପୁରୁଣା।

deepaaଗତକାଲି ଭୋର ୪ଟାରେ ମନ୍ଦିର ପହୁଡ ଖୋଲାଯିବା ପରେ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରାଯାଇଥିଲା। ପରେ ସନ୍ଧ୍ୟାରେ ବାବାଙ୍କ ସୁନାବେଶ କରାଯିବା ପରେ ମହାଦୀପ ଉଠିଥିଲା। ଅମାବାସ୍ୟାରେ ମହାଦୀପ ଦେଖିଲେ କୋଟି ପୂଣ୍ୟ ମିଳିଥାଏ ବୋଲି ବିଶ୍ୱାସ ରହିଛି। ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା।