ଲାଲ୍ବାହିନୀର ବର୍ବରକାଣ୍ଡ, ଘରୁ ଡାକି ନେଇ ପୂର୍ବତନ ସରପଞ୍ଚଙ୍କୁ ଗୁଳିକରି ହତ୍ୟା

ମାଲକାନଗିରି(କେନ୍ଯୁଜ୍) : ଲାଲ୍ବାହିନୀର ବର୍ବରକାଣ୍ଡ। ଘରୁ ଡାକି ନେଇ ଗୁଳିକରି ହତ୍ୟା। ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ସୁକ୍ମା ଜିଲ୍ଲା ବୋଡ୍କୋର ପୂର୍ବତନ ସରପଞ୍ଚଙ୍କୁ ହତ୍ୟା କଲେ ମାଓବାଦୀ। ପୂର୍ବତନ ସରପଞ୍ଚ ଧୂରବା କଲମୁଙ୍କୁ ପୋଲିସ ଇନଫର୍ମର ସନ୍ଦେହରେ ନିର୍ମମ ଭାବେ ହତ୍ୟା କରାଯାଇଛି। ମୃତକ କଲମୁ ସିପିଆଇର ଜଣେ ବରିଷ୍ଠ ନେତା।