Below header

ଚିକିତ୍ସା ନାଁରେ ନାବାଳିକାଙ୍କୁ ଅସଦାଚରଣ ଘଟଣା: ଗିରଫ ହେଲେ ଅଭିଯୁକ୍ତ ଡାକ୍ତର ସୌରଭ ଉପାଧ୍ୟାୟ

ବାରିପଦା (କେନ୍ୟୁଜ): ରୋଗୀ ସେବା ନାମରେ ନାବାଳିକାକୁ ଅସାଦାଚରଣ ମାମଲାରେ ଜେଲ ଗଲେ ଅଭିଯୁକ୍ତ ଡାକ୍ତର । ଜେଲେ ଗଲେ ବାରିପଦା ପଣ୍ଡିତ୍ ରଘୁନାଥ ମୁର୍ମୁ ମେଡିକାଲ କଲେଜର ସିନିୟର ରେସିଡେଣ୍ଟ ଏସ୍‌ଆର୍ ସୌରଭ ଉପାଧ୍ୟାୟ । ବାରିପଦା ଟାଉନ ଥାନା ପୋଲିସ ଅଭିଯୁକ୍ତ ଡାକ୍ତରକୁ ଗିରଫ କରି କୋର୍ଟ ଚାଲାଣ କରିଛି ।

ଗତକାଲି ରାତିରେ ଶାମାଖୁଣ୍ଟା ବ୍ଳକ ଲାଲଗଞ୍ଜ ଆଦିବାସୀ ଛାତ୍ରୀ ନିବାସରୁ ଜଣେ ନବନ ଶ୍ରେଣୀ ଛାତ୍ରୀର ପେଟ ଯନ୍ତ୍ରଣା ହେବାରୁ ତାଙ୍କୁ ପିଆର୍‌ଏମ୍ ମେଡିକାଲର ଶିଶୁ ବିଭାଗକୁ ଅଣିଥିଲେ ହୋଷ୍ଟେଲ ମେଟ୍ରୋନ ଓ ନାବାଳିକାର ମାଆ । ଡାକ୍ତର ରୋଗୀକୁ ପରୀକ୍ଷା କରିବାକୁ ନେଇ ଏକ ଚେମ୍ବର ମଧ୍ୟକୁ ନେଇ ନାବାଳିକାର ମାଆ ଓ ମେଟ୍ରୋନକୁ ବାହାରେ ରହିବାକୁ କହିଥିଲେ । ଏପରିକି କୌଣସି ନର୍ସକୁ ମଧ୍ୟ ଚେମ୍ବର ମଧ୍ୟକୁ ଛାଡି ନ ଥିଲେ । କିଛି ସମୟ ପରେ ନାବାଳିକା ଜଣକ କାନ୍ଦି କାନ୍ଦି ଆସି ଡାକ୍ତରଙ୍କ କଳାକାରନାମା ସମ୍ପର୍କରେ କହିଥିଲା ।

ଏହା ପରେ ମେଡିକାଲରେ ଉତ୍ତେଜନା ପ୍ରକାଶ ପାଇଥିଲା । ଡାକ୍ତରଙ୍କୁ ଗିରଫ କରିବା ସହ କୋଠର କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ ପରିବାର ଲୋକେ । ଘଟଣା ସ୍ଥଳରେ ବାରିପଦା ଟାଉନ ଥାନା ପୋଲିସ ପହଁଚି ପରିସ୍ଥିତିକୁ ଆୟତ୍ତ କରିଥିଲା । ପିଡୀତାଙ୍କ ମାଆଙ୍କ ଏତଲା କ୍ରମେ ପୋଲିସ ଏହି କାର୍ଯ୍ୟାନୁଷ୍ଠାନ ନେଇଛି । ପିଡୀତାଙ୍କ ବୟାନ ରେକର୍ଡ କରିବା ସହ ଘଟଣାର ସତ୍ୟତା ଥିବା ପ୍ରମାଣ ହେବା ପରେ ଡାକ୍ତରଙ୍କୁ ଗିରଫ କରାଯାଇଛି ବୋଲି କହିଛନ୍ତି ବାରିପଦା ସଦର ଏସ୍‌ଡିପିଓ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.