Below header

ଶୌଚ ଯିବା ହେଲା କାଳ, ବୃଦ୍ଧାଙ୍କୁ ଝୁଣି ମାରିଦେଲେ ବୁଲା କୁକୁର

କଳାହାଣ୍ଡି (କେନ୍ୟୁଜ୍) : ଗୋଳାମୁଣ୍ଡା ଥାନା ବାଞ୍ଜିବାହାଲ ଗାଁ ରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ବୁଲା କୁକୁର କାମୁଡାରେ ଗୋଲାମୁଣ୍ଡା ଥାନା ବାଞିବାହାଲ ଗାଁ ର ଭୁମିସୁତା ମାଝୀ (୫୭) ନାମକ ବୃଦ୍ଧାଙ୍କୁ ଏକ କୁକୁର ପଲ ଝୁଣି ମାରିଦେଇଥିବା ଅଭିଯୋଗ ହୋଇଛି । ସୂଚନା ଅନୁସାରେ ବୃଦ୍ଧା ଜଣଙ୍କ ଶୌଚ ଯାଇଥିବା ବେଳେ ୭-୧୦ଟି ବୁଲା କୁକୁରର ଶୀକାର ହୋଇଥିଲେ। ବୃଦ୍ଧାଙ୍କ ବେକ, ମୁହଁ ଏବଂ ଶରୀରରେ କୁକୁର କାମୁଡି ବହୁତ କ୍ଷତବିକ୍ଷତ କରିଦେଇଛି। ଏହି ଆକ୍ରମଣରେ ବୃଦ୍ଧାଙ୍କ ମୃତ୍ୟୁ ହୋଇଛି। ଘଟଣା ପରେ ଗ୍ରାମବାସୀ ଆତଙ୍କିତ ଅବସ୍ଥାରେ ଅଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.