୧ ଟଙ୍କା ବଦଳରେ ମିଳୁଛି ୫୧ ଟଙ୍କା, କଣ ଆପଣ ପାଇଛନ୍ତି ? ଯଦି ପାଇନାହାନ୍ତି ତେବେ ପଢ଼ନ୍ତୁ ଏହି ରିପୋର୍ଟ

ଆପଣ ଯଦି ଚାହାନ୍ତି ତ ଗୋଟିଏ କ୍ଲିକରେ ୫୧ ଟଙ୍କା କମାଇ ପାରିବେ। ଏବେ ଆମେ ଆପଣଙ୍କୁ ଜଣାଇବୁ କେମିତି, ଏବଂ ଏହା କୌଣସି ଫେକ ଉପାୟରେ ନୁହେଁ। ଗୁଗଲ୍ ଆପଣଙ୍କୁ ଗୋଟିଏ କ୍ଲିକରେ ୫୨ ଟଙ୍କା ଦେଉଛି। ଆଜ୍ଞା ହଁ ୫୧ ଟଙ୍କା ତାହା ପୁଣି ଆପଣଙ୍କୁ କିଛି କରିବାକୁ ପଡିବ ନାହିଁ। ଏଥିପାଇଁ କେବଳ ଆପଣଙ୍କୁ ଗୁଗଲ ପେ ଆପ୍ ନିଜର ସ୍ମାର୍ଟଫୋନରେ ଇନଷ୍ଟଲ କରିବାକୁ ହେବ। ଆପ୍ ଇନଷ୍ଟଲ କରିବା ପରେ ଆପଣଙ୍କୁ କିଛି ଡିଟେଲ୍ସ ଗୁଗଲକୁ ଦେବାକୁ ହେବ ଯଥା ଆପଣଙ୍କ ମୋବାଇଲ ନମ୍ବର ଆଦି।
କେମିତି ମିଳିବ ଟଙ୍କା

ସର୍ବପ୍ରଥମେ ଆପଣଙ୍କୁ ନିଜ ଫୋନରେ ଗୁଗଲ୍ ପେ ଇନଷ୍ଟଲ କରିବାକୁ ହେବ। ଏଥିରେ କିଛି ବିବରଣୀକୁ ଭରିବା ପରେ ଆପଣଙ୍କୁ ରେଜିଷ୍ଟେସନ କରିବାକୁ ହେବ। ଏବେ ଆପଣଙ୍କର କୌଣସି ବି ବ୍ୟାଙ୍କ ଆକାଉଣ୍ଟରେ ଏହାକୁ ଲିଙ୍କ କରିବାକୁ ହେବ। ଧ୍ୟାନ ରଖନ୍ତୁ ଗୁଗଲ୍ ପେ ସହିତ ସେହି ଆକାଉଣ୍ଟ ୟୁପିଆଇ ସହିତ ଯୋଡା ଯାଇପାରେ ଯେଉଁଥିରେ ମୋବାଇଲ ନମ୍ବର ସେଥିରେ ଥିବ ଯାହା ଗୁଗଲ ପେରେ ଦିଆଯାଇଥିବ। ଯଦି ବ୍ୟାଙ୍କରେ ଗୋଟିଏ ନମ୍ବର ଦିଆଯାଇଥାଏ ଏବଂ ଗୁଗଲ୍ ପେରେ ଗୋଟିଏ ତେବେ ଏହା ଆପଣଙ୍କୁ ସମସ୍ୟା ହୋଇପାରେ।

ଗୁଗଲ୍ ପେ ଇନଷ୍ଟଲ କରିବା ପରେ ଯେତେବେଳେ ଆପଣ କୌଣସି ବି ବ୍ୟାଙ୍କ ଆକାଉଣ୍ଟ କିମ୍ବା ସାଙ୍ଗକୁ ୧ ଟଙ୍କା ପଠାଇବେ ତେବେ ଆପଣଙ୍କ ଖାତାକୁ ୫୧ ଟଙ୍କା ଆସିଯିବ। ଏହିଭଳି ଭାବେ ଆପଣ ୧ ଟଙ୍କା ପଠାଇ ୫୧ ଟଙ୍କା ପାଇପାରିବେ। ଯଦି ଆପଣ ପୂର୍ବରୁ ଗୁଗଲ୍ ପେ ବ୍ୟବହାର କରିଦେଇଛନ୍ତି ତେବେ କୌଣସି କଥା ନାହିଁ ଆପଣଙ୍କ ସାଙ୍ଗ କିମ୍ବା ପରିବାରର କାହାର ବି ଫୋନରେ ଆପଣ ଏହାକୁ ଡାଉନଲୋଡ କରି ୫୧ ଟଙ୍କା ପାଇପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.