Below header

ମଣିଷ ପାଲଟିଲା ରାକ୍ଷସ : କୁକୁରର ଗୋଡ଼ ବାନ୍ଧି ପିଟିପିଟି ନିର୍ମମ ଭାବେ କରାଗଲା ହତ୍ୟା

ଭୁବନେଶ୍ବର: ମଣିଷମାନଙ୍କ ଭିତରେ ଏମିତି ଅମିଣିଷ ଗୁଡା ଲୁଚି ରହିଛନ୍ତି ଯାହାଙ୍କ ପାଇଁ  ସମଗ୍ର ମଣିଷ ଜାତି ଆଜି ଲଜ୍ଜିତ । ଏମାନଙ୍କ ମନରେ ନା ଅଛି ଦୟା ଭାବ ନା ମାନବିକତା । ସତ କହିବାକୁ ଗଲେ ଏମାନଙ୍କର ଏଇ ସମାଜରେ ରହିବାର କୌଣସି ଔକାତ୍ ହିଁ ନାହିଁ ।ଘଟଣାଟି ହିଁ ଏମିତି ଯାହା ଶୁଣିଲେ ଆପଣଙ୍କ ଲୋମ ଟାଙ୍କୁରି ଉଠିବ ।

ଘଟଣାଟି ଘଟିଛି ରାଜଧାନୀର ଛାତି ଉପରେ । ଯେଉଁଠି ପୁଣି ଏକ କୁକୁରକୁ ନିର୍ମମ ଭାବେ କରାଯାଇଛି ହତ୍ୟା। କଥା କହିପାରୁନଥିବା ଏହି ନିହିର ପଶୁକୁ ଏମିତି ହତ୍ୟା କରାଯାଇଛି ଯାହାକୁ ଜାଣିବା ପରେ ରାଗ ପଞ୍ଚମ ହୋଇଯିବ । ଇଚ୍ଛା ହେବ ଦୋଷୀକୁ ସିଧା ଫାଶୀ ଦଣ୍ଡ ମିଳିଯାଆନ୍ତି କି ।

letterଗୋଟେ କୁକୁରର ଗୋଡ଼ ବାନ୍ଧି କେହି ତାକୁ ପିଟିପିଟି ହତ୍ୟା କରିଥିବା ନେଇ ସହିଦନଗର ଥାନାରେ ଅଭିଯୋଗ କରିଛି ପିପୁଲ ଫର ଆନିମଲ ସଂସ୍ଥା । ରସୁଲଗଡ ନିକଟରେ କୁକୁରକୁ ହତ୍ୟା କରାଯାଇଥିବା ନେଇ ଅଭିଯୋଗ ହୋଇଛି । ଆଜି ଭୋରରୁ ହତ୍ୟା କରାଯାଇଥିବା ସନ୍ଦେହ କରୁଛି ପିପୁଲ ଫର ଆନିମଲ । ପିପୁଲ ଫର ଆନିମଲ ପକ୍ଷରୁ ଖବର ପାଇ ସହିଦନଗର ପୋଲିସ କୁକୁରର ମୃତଦେହ ଜବତ କରିବା ସହ ଶବ ବ୍ୟଚ୍ଛେଦ ପାଇଁ ପଠାଇଛି ।

policeତେବେ ଲକଡାଉନ ଭଳି ପରିସ୍ଥିତିରେ ମଣିଷ ଯେତିକି ପ୍ରଭାବିତ ହୋଇଛି ତାଠୁ ଅଧିକ ପ୍ରବାବିତ ହୋଇଛନ୍ତି ପଶୁପକ୍ଷୀମାନେ । ଯେଉଁଥିପାଇଁ ଅନେକ ଲୋକ ସେମାନଙ୍କୁ ଖାଇବାକୁ ଦେଉଥିବା ବେଳେ କିଛି ନିଷ୍ଠୁର ବ୍ୟକ୍ତି ପଶୁପକ୍ଷୀଙ୍କ ଉପରେ ଏଭଳି ବର୍ବର କାଣ୍ଡ କରୁଛନ୍ତି । ତେବେ ଏଭଳି ଘଟଣା ନୂଆ ନୁହେଁ, ଗତବର୍ଷ ଜଣେ କାର ଚାଳକ କୁକୁର ଛୁଆକୁ ଗାଡି ଚଢ଼ାଇ ହତ୍ୟା କରିଥିବା ଅଭିଯୋଗରେ ଜେଲ ଯାଇଥିଲବେଳେ ନିକଟରେ ପୁରୁଣା ଭୁବନେଶ୍ୱର ଅଞ୍ଚଳରେ ଏକ ଗର୍ଭବତୀ କୁକୁରକୁ ବାଡେଇ ବାଡେଇ ହତ୍ୟା କରାଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.