Below header

କୋରାପୁଟ: ଜଣକୁ ହତ୍ୟା ପରେ ପ୍ରତିଶୋଧ ପାଇଁ ଆଉ ଜଣଙ୍କୁ ହତ୍ୟା

ଟେମା ଗାଁର ଗୋବଦ୍ଧର୍ନ ପାଣ୍ଡକା ଘାସ କାଟିବା ପାଇଁ କୁନ୍ଦୁଲି ହାଟପଦା ଆଡେ ଯାଉଥିବାବେଳେ ତାଙ୍କ ଉପରେ ଆକ୍ରମଣ ହୋଇଥିଲା । କୁନ୍ଦୁଲି ହାଟପଦାର ଯୋଗୁଲୁ ରୁଡ଼ି ଓ ତଙ୍କ ପୁଅ ରାଜକୁମାର ରୁଡ଼ି ମିଶି ଖଣ୍ଡାରେ ଗୋବର୍ଦ୍ଧନକୁ ଆକ୍ରମଣ କରିଥିଲେ।

କୋରାପୁଟ(କେନ୍ୟୁଜ୍): କୋରାପୁଟ ପଟ୍ଟାଙ୍ଗି ଥାନା କୁନ୍ଦୁଲି ହାଟପଦାରେ ଡବଲ ମର୍ଡର । ଜଣକୁ ହତ୍ୟା ପରେ ପ୍ରତିଶୋଧ ପାଇଁ ଆଉ ଜଣଙ୍କୁ ହତ୍ୟା । ଆଜି ସକାଳେ ଟେମା ଗାଁର ଗୋବଦ୍ଧର୍ନ ପାଣ୍ଡକା ଘାସ କାଟିବା ପାଇଁ କୁନ୍ଦୁଲି ହାଟପଦା ଆଡେ ଯାଉଥିବାବେଳେ ତାଙ୍କ ଉପରେ ଆକ୍ରମଣ ହୋଇଥିଲା । କୁନ୍ଦୁଲି ହାଟପଦାର ଯୋଗୁଲୁ ରୁଡ଼ି ଓ ତଙ୍କ ପୁଅ ରାଜକୁମାର ରୁଡ଼ି ମିଶି ଖଣ୍ଡାରେ ଗୋବର୍ଦ୍ଧନକୁ ଆକ୍ରମଣ କରିଥିଲେ।

ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । ଏହା ଜଣାପଡିବା ପରେ ଗୋବର୍ଦ୍ଧନଙ୍କ ପରିବାର ଲୋକ ହାଟପଦାରେ ପହଞ୍ଚି ବାପ ଓ ପୁଅଙ୍କ ଉପରେ ଆକ୍ରମଣ କରିଥିଲେ । ଆକ୍ରମଣରେ ରାଜକୁମାରଙ୍କ ମୃତ୍ୟୁ ହୋଇଛି । ଅନ୍ୟ ଆହତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଘଟଣା ସ୍ଥଳରେ ପଟାଙ୍ଗୀ ପୋଲିସ ଓ ସାଇଣ୍ଟିଫିକ ଟିମ ପହଂଚି ତଦନ୍ତ କରୁଛନ୍ତି । ତେବେ ହତ୍ୟାକାଣ୍ଡର କାରଣ ଜଣା ପଡିନାହିଁ। ଘଟଣାସ୍ଥଳରେ ପୋଲିସ ଓ ସାଇଣ୍ଟିଫୀକ୍ ଟିମ ପହଂଚି ତଦନ୍ତ କରୁଛନ୍ତି

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.