Below header

ବଧୂ ହତ୍ୟା ଅଭିଯୋଗ : ଫାଣ୍ଡି ଆଗରେ ମୃତଦେହ ରଖି ଧାରଣାରେ ବସିଲେ ପରିବାର

ନୟାଗଡ (କେନ୍ୟୁଜ): ହତ୍ୟା ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଫାଣ୍ଡି ସମ୍ମୁଖରେ ଶବ ରଖି ରାତିସାରା ଧାରଣା । ଏପରି ଘଟଣା ଦେଖିବାକୁ ମିଳିଛି ନୟାଗଡ଼ ଜିଲ୍ଲା ଫତେଗଡ଼ ଥାନା ଜଗନ୍ନାଥପ୍ରସାଦ ଫାଣ୍ଡିରେ । ଝିଅକୁ ଶାଶୁ ଘର ଲୋକେ ଯୌତୁକ ପାଇଁ ନିର୍ଯାତନା ଦେଇ ମାରିଦେଇଥିବା ଅଭିଯୋଗ ହୋଇଛି l ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ରାତି ସାରା ଧାରଣା ଦିଆଯାଇଥିଲେ ମଧ୍ୟ କେହି ଶୁଣୁନଥିବା ଅଭିଯୋଗ ହୋଇଛି ।

ଅଭିଯୋଗ ଅନୁସାରେ,ଫତେଗଡ଼ ଥାନା କେଶରସିଂହ ଗାଁର ରାଜକିଶୋର ନାୟକଙ୍କ ଝିଅ ପୂଜା କାଦୁଆ ଜଗନ୍ନାଥପ୍ରସାଦ ଗାଁର ଜିତେନ୍ଦ୍ର ଜୁଝାର ସିଂହଙ୍କ ସହ 4 ବର୍ଷ ତଳେ ବିବାହ କରାଇଥିଲେ l ବିବାହ ସମୟରେ ଦାବି ମୁତାବକ ଯୌତୁକ ଦିଆଯାଇଥିଲା । ମାତ୍ର ପରେ ବାପ ଘରୁ ଅଧିକ ଯୌତୁକ ଓ ଗାଡ଼ି ଦାବି କରି ଝିଅକୁ ଅନେକ ସମୟରେ ମାନସିକ ଓ ଶାରୀରିକ ନିର୍ଯାତନା ଦେଉଥିଲେ ।

ଗତ ୮ ତାରିଖ ଦିନ ହତ୍ୟା କରିବାକୁ ପୂଜାକୁ ନିସ୍ତୁକ ମାଡ଼ ମାରିବା ସହ ବିଷ ପିଆଇଥିଲେ । ଫଳରେ ଚିକିତ୍ସାଧୀନ ଅବସ୍ଥାରେ ଏମ୍ସ ମେଡିକାଲରେ ତାଙ୍କର ମୃତ୍ୟୁ ହୋଇଥିଲା ।ପୂଜାଙ୍କୁ ମାଡ଼ ମାରି ବିଷ ଦେଇ ହତ୍ୟା କରିଥିବା ଅଭିଯୋଗ ହୋଇଛି । ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତ ଶାଶୁ ଘର ଲୋକଙ୍କୁ ଗିରଫ କରିବାକୁ ଅଭିଯୋଗ କରିଥିଲେ ପରିବାର ଲୋକେ ।ପୋଲିସ ପ୍ରଥମେ ଅଭିଯୋଗ ରଖିନଥିବା ଏବଂ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାରୁ ଜଗନ୍ନାଥପ୍ରସାଦ ଫାଣ୍ଡି ସମ୍ମୁଖରେ ଶଵ ରଖି ଗତକାଲି ସନ୍ଧ୍ୟା ଠାରୁ ରାତି ତମାମ ଧାରଣା ଦେଇଥିଲେ ପରିବାର ଲୋକ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.