କିଏ ନେଇପାରିବେ ମହିଳା ସମ୍ମାନ ସାର୍ଟିଫିକେଟ, ଜାଣନ୍ତୁ କେତେ ମିଳିବ ସୁଧ ଓ କଣ ରହିଛି ଫାଇଦା
ମହିଳା ସମ୍ମାନ ସଞ୍ଚୟ ପ୍ରମାଣପତ୍ର ମାଧ୍ୟମରେ, ଯେକୌଣସି ମହିଳା କିମ୍ବା ଝିଅଙ୍କ ନାମରେ ମହିଳା ସମ୍ମାନ ସଞ୍ଚୟ ସାର୍ଟିଫିକେଟ କିଣାଯାଇପାରେ ବା ଟଙ୍କା ନିବେଶ କରାଯାଇପାରେ ।
ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଫେବୃଆରୀ ୧ରେ ବଜେଟ୍ ଅଭିଭାଷଣରେ ମହିଳାଙ୍କ ପାଇଁ ନୂଆ ସେଭିଂ ସ୍କିମର ଘୋଷଣା କରିଛନ୍ତି । ସେ ମହିଳାଙ୍କ ପାଇଁ ନୂଆ ସେଭିଂ ସ୍କିମ୍ ‘ମହିଳା ସମ୍ମାନ ସେଭିଂ ସାର୍ଟିଫିକେଟ୍’ଘୋଷଣା କରିଛନ୍ତି । ଏହି ଯୋଜନା ମାର୍ଚ୍ଚ ୨୦୨୫ ପର୍ଯ୍ୟନ୍ତ ଦୁଇ ବର୍ଷ ଧରି ମହିଳାମାନଙ୍କ ପାଇଁ ଉପଲବ୍ଧ ହେବ । ଏଥିରେ ମହିଳା କିମ୍ବା ଝିଅଙ୍କ ନାମରେ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ନିବେଶ କରାଯାଇପାରିବ, ଯେଉଁଥିରେ ବାର୍ଷିକ ୭.୫ ପ୍ରତିଶତ ସୁଧ ଦିଆଯିବ । ଏଥିରେ ଆଂଶିକ ଓ୍ଵିଇଡ୍ରଆଲ ଅପ୍ସନ ମଧ୍ୟ ଉପଲବ୍ଧ ହେବ ।
ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୩ ବଜେଟରେ ମହିଳା ନିବେଶକଙ୍କ ପାଇଁ ମହିଳା ସମ୍ମାନ ସଞ୍ଚୟ ପ୍ରମାଣପତ୍ର ବା ଏମଏସଏସସି ଘୋଷଣା କରିଛନ୍ତି । ତେବେ ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଏହି ଯୋଜନା ଓ୍ଵାନ୍ ଟାଇମ୍ ସ୍ମିମ ଅଟେ । ଏହି ଯୋଜନାରେ ମହିଳା ନିବେଶକଙ୍କୁ ୨ ବର୍ଷ ପର୍ଯ୍ୟନ୍ତ ଅର୍ଥାତ୍ ୨୦୨୫ ପର୍ଯ୍ୟନ୍ତ ମିଳିବ ।
କିଏ ନିବେଶ କରିପାରିବ?
ମହିଳା ସମ୍ମାନ ସଞ୍ଚୟ ପ୍ରମାଣପତ୍ର ମାଧ୍ୟମରେ, ଯେକୌଣସି ମହିଳା କିମ୍ବା ଝିଅଙ୍କ ନାମରେ ମହିଳା ସମ୍ମାନ ସଞ୍ଚୟ ସାର୍ଟିଫିକେଟ କିଣାଯାଇପାରେ ବା ଟଙ୍କା ନିବେଶ କରାଯାଇପାରେ ।
ସର୍ବାଧିକ ସୀମା କ’ଣ?
ସର୍ବାଧିକ ନିବେଶର ସୀମା ହେଉଛି ୨ ଲକ୍ଷ ଟଙ୍କା ଏବଂ ନିବେଶକମାନେ ଏହି ଯୋଜନା ଅଧୀନରେ ୭.୫ ପ୍ରତିଶତ ସ୍ଥିର ସୁଧ ହାର ପାଇପାରିବେ ।
ଏହା ଏକ ୱାନ୍ ଟାଇମ୍ ଯୋଜନା
ଏଠାରେ ଧ୍ୟାନ ଦେବା ଉଚିତ୍ ଯେ ଏହି ଯୋଜନା ହେଉଛି ୱାନ୍ ଟାଇମ୍ ଯୋଜନା । ଏହି ଯୋଜନା ମହିଳା ନିବେଶକମାନଙ୍କୁ ୨ ବର୍ଷ ଅର୍ଥାତ୍ ମାର୍ଚ୍ଚ ୨୦୨୫ ପର୍ଯ୍ୟନ୍ତ ମିଳିବ ।
ଯୋଜନାରେ କଣ ରହିଛି ବେନିଫିଟ୍ସ ଜାଣନ୍ତୁ
ଏହି ଯୋଜନା କେନ୍ଦ୍ର ସରକାରଙ୍କ ଦ୍ୱାରା ପରିଚାଳିତ ହେଉଛି । ଏହି ଯୋଜନାରେ ଆଂଶିକ ପ୍ରତ୍ୟାହାର ବିକଳ୍ପ ଉପଲବ୍ଧ ରହିଛି । ଅର୍ଥାତ୍ ଆବଶ୍ୟକ ସମୟରେ ନିବେଶର କିଛି ଟଙ୍କା ଆପଣ ଉଠାଇପାରିବେ ।
ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଏବେ ସୁଦ୍ଧା ଏହି ଯୋଜାନାକୁ ନେଇ ଅଧିକ ସୂଚନା ମିଳିନାହିଁ ଯେ ସୁଧକୁ କିପରି କାଲକୁଲେଟ କରାଯିବ । କମ୍ପାଉଣ୍ଟ ଇଣ୍ଟରେଷ୍ଟ ଲଗାଯିବ ନା ସିମ୍ପଲ ଇଣ୍ଟରେଷ୍ଟ ଦିଆଯିବ । ମିଳୁଥିବା ସୁଧ ଉପରେ ଟିଡିଏସ କଟିବ ନା ନାହିଁ, ଏହି ସମସ୍ତ ଉପରେ ଏବେ ପର୍ଯ୍ୟନ୍ତ କୌଣସି ବିବରଣୀ ଆସିନାହିଁ। କିନ୍ତୁ ଏହା ନିଶ୍ଚିତ ଭାବେ ମହିଳା ଏବଂ ଝିଅ ମାନଙ୍କ ପାଇଁ ଏକ ବହୁତ ବଢ଼ିଆ ସ୍କିମ ହେବ ।