Repo Rate ବଢ଼ିଲେ EMI କାହିଁକି ବଢ଼େ?

ଭାରତରେ ଯେତେବେଳେ ଅର୍ଥ ସଂକଟ ଦେଖାଯାଏ ସେତେବେଳେ ଭାରତୀୟ ରିଜର୍ଭ ବ୍ୟାଙ୍କରୁ ଅନ୍ୟ ବାଣିଜ୍ୟିକ ବ୍ୟାଙ୍କ ଋଣ ନେଇଥାନ୍ତି । ତେବେ ରେପୋ ରେଟ ହେଉଛି ଏହି ବାଣିଜ୍ୟିକ ବ୍ୟାଙ୍କ ଗୁଡ଼ିକୁ ଋଣ ଦେବା ପାଇଁ RBI ଆଦାୟ କରୁଥିବା ସୁଧ ହାର ।

ପୁଣିଥରେ ସୁଧହାର ବଢ଼ାଇଛି ଭାରତୀୟ ରିଜର୍ଭ ବ୍ୟାଙ୍କ । ଭାରତୀୟ ରିଜର୍ଭ ବ୍ୟାଙ୍କ ରେପୋ ରେଟର ଘୋଷଣା କରିଛନ୍ତି । ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ପୁଣି ଥରେ ରେପୋ ରେଟ ବଢ଼ିବାର ସୂଚନା ଦେଇଛନ୍ତି। RBI ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଘୋଷଣା କରିଛନ୍ତି ଯେ, ଆରବିଆଇ ରେପୋ ହାରକୁ ୨୫ ଆଧାର ପଏଣ୍ଟକୁ ୬.୫% ବୃଦ୍ଧି କରିଛି । ଏମିତିରେ ରେପୋରେଟ ୬.୫୦% ହୋଇଛି। ଏହାକାରଣରୁ ଲୋନ ନେବା ମହଙ୍ଗା ହୋଇଯିବ। ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ମୌଦ୍ରିକ ନୀତି ସମିତି ନିର୍ଣ୍ଣୟର ଘୋଷଣା କରିଛନ୍ତି । ତେବେ ୩.୩୫%ର ରିଭର୍ସ ରେପୋରେ କୌଣସି ପରିବର୍ତ୍ତନ ହୋଇନାହିଁ ।

ରେପୋ ରେଟ କ’ଣ?
ରେପୋରେଟ ତାହା ହୋଇଥାଏ ଯେଉଁ ଦରରେ ଆରବିଆଇ ବ୍ୟାଙ୍କକୁ ଟଙ୍କା ଉଧାରି ଦେଇଥାଏ। ଚଳିତ ୨୦୨୩-୨୪ ବର୍ଷ ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ ଦେଶର ଅର୍ଥବ୍ୟବସ୍ଥା ପାଇଁ କିଛି ନିତୀ ନିର୍ଦ୍ଧାରଣ କରିଛନ୍ତି। ଭାରତରେ ଯେତେବେଳେ ଅର୍ଥ ସଂକଟ ଦେଖାଯାଏ ସେତେବେଳେ ଭାରତୀୟ ରିଜର୍ଭ ବ୍ୟାଙ୍କରୁ ଅନ୍ୟ ବାଣିଜ୍ୟିକ ବ୍ୟାଙ୍କ ଋଣ ନେଇଥାନ୍ତି । ତେବେ ରେପୋ ରେଟ ହେଉଛି ଏହି ବାଣିଜ୍ୟିକ ବ୍ୟାଙ୍କ ଗୁଡ଼ିକୁ ଋଣ ଦେବା ପାଇଁ ଆରବିଆଇ ଆଦାୟ କରୁଥିବା ସୁଧ ହାର ।

ଏମିତିରେ ମହଙ୍ଗା ସ୍ଥିତିରେ କେନ୍ଦ୍ରୀୟ ବ୍ୟାଙ୍କ ରେପୋ ରେଟ ବଢାଇପାରେ । ଏହି ବାଣିଜ୍ୟିକ ବ୍ୟାଙ୍କ ଋଣ ନେବା ପାଇଁ ନିରାଶ ହୋଇଥାଏ । ଏହି ପ୍ରକାର ଅର୍ଥବ୍ୟବସ୍ଥାରେ ଧନର ଯୋଗାଣକୁ କମ କରିଥାଏ ଏବଂ ମହଙ୍ଗା ଦରକୁ କମ କରିଥାଏ । ବଢିଥିବା ଦର ଉପରେ ଋଣ ନେଲେ ବହୁତ ଟଙ୍କା ସୁଧ ଦେବାକୁ ପଡ଼ିଥାଏ ।

ବର୍ତ୍ତମାନ ମହଙ୍ଗା ବା ମୁଦ୍ରାସ୍ଫୀତିରେ ହ୍ରାସ ହେଲେ କେନ୍ଦ୍ରୀୟ ବ୍ୟାଙ୍କ ରେପୋ ରେଟକୁ କମ କରିପାରିବ । ଏହା ଏକ ପ୍ରୋତ୍ସାହନ ଭଳି କାମ କରିଥାଏ । ବାଣିଜ୍ୟିକ ବ୍ୟାଙ୍କ ଋଣ ନେବା ପାଇଁ ପ୍ରୋତ୍ସାହିତ କରିଥାଏ । ଏହାପରେ ଏହି ଟଙ୍କା ନିଜ ଗ୍ରାହକ ମାନଙ୍କୁ ପ୍ରଦାନ କରନ୍ତି ଯାହା ଅର୍ଥ ଯୋଗାଣକୁ ବୃଦ୍ଧି କରିବ ।

ଯେତେବେଳେ ବି ଆରବିଆଇ ମାଧ୍ୟମରେ ରେପୋ ହାର ବୃଦ୍ଧି ହୁଏ, ବ୍ୟାଙ୍କଗୁଡ଼ିକୁ ଅଧିକ ସୁଧ ଦେବାକୁ ପଡିଥାଏ ।ଏହି କାରଣରୁ ବ୍ୟାଙ୍କଗୁଡିକ ଗ୍ରାହକଙ୍କୁ ଦେଇଥିବା ଋଣର ସୁଧ ହାର ମଧ୍ୟ ବୃଦ୍ଧି କରିଥାଏ । ଏହାର ସିଧାସଳଖ ପ୍ରଭାବ ସାଧାରଣ ଲୋକଙ୍କ ପକେଟରେ ପଡେ ଏବଂ ଋଣର ସୁଧ ହାର ବଢିଥାଏ । ଏହା ମଧ୍ୟ EMI କୁ ବଢ଼ାଇଥାଏ ।

ତେବେ ଆରବିଆଇର ଏହି ଘୋଷଣା ଫଳରେ ଗ୍ରାହକଙ୍କ ପାଇଁ ଏଣିକି କାର ଓ ହୋମ ଲୋନ ଆହୁରି ମହଙ୍ଗା ହେବ । ଗାଡ଼ି ଓ ଘର ଋଣ ବଢ଼ିବା ପରେ ଏବେ ପକେଟରୁ ଅଧିକ ସୁଧ ଦେବାକୁ ପଡ଼ିବ । ଏମିତିରେ ଏହାସହିତ Fixed Deposit ଲୋନରେ ମଧ୍ୟ ପ୍ରଭାବ ପଡ଼ିବ। ରେପୋ ରେଟ୍‌ ବୃଦ୍ଧି ହୋଇଥିବାରୁ ଆଗକୁ ଋଣ ଉପରେ ଇଏମଆଇ ବଢ଼ିବ । ମହଙ୍ଗା ହେବ ଗୃହ ଓ ଗାଡ଼ି ସମେତ ବିଭିନ୍ନ ବ୍ୟାଙ୍କ ଲୋନ୍‌ ଉପରେ ଇଏମଆଇ । ବର୍ତ୍ତମାନ ଦେଶରେ ମହଙ୍ଗା ଦର ହ୍ରାସ ପାଇଥିବା ବେଳେ ଆରବିଆଇ ରେପୋ ରେଟ ହାର ବୃଦ୍ଧି ଘୋଷଣା କରିଛି । ଅର୍ଥାତ ହୋମ ଲୋନଠାରୁ ଆରମ୍ଭ କରି ଅଟୋ ଓ ପର୍ସନାଲ ଲୋନ ସବୁକିଛି ଏବେ ମହଙ୍ଗା ହୋଇଯିବ । ଗ୍ରାହକଙ୍କୁ ପୂର୍ବାପେକ୍ଷା ଏଣିକି ଅଧିକ ଇଏମଆଇ ଭରିବାକୁ ପଡ଼ିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.