Below header

କେନ୍ଦୁଝର ନିକଟରେ ଇନୋଭାକୁ ଧକ୍କା ଦେଲା ହାଇଓ୍ଵା : ଡ୍ରାଇଭର ମୃତ, ମା’ ଝିଅ ଗୁରୁତର

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ନାରଦପୁର ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣକର ମୃତ୍ୟୁ ହୋଇଥିବା ବେଳେ ୭ ଜଣ ଗୁରୁତର ହୋଇଛନ୍ତି । ମୃତ ଡ୍ରାଇଭର ଇନୋଭାର ହୋଇଥିବା ବେଳେ ଆହତଙ୍କ ମଧ୍ୟରେ ବିଜେଡି ନେତା କୁଶ ଆପଟଙ୍କ ପତ୍ନୀ ଓ ଝିଅଙ୍କ ସହ ଅନ୍ୟ ୫ ଜଣ ଥିବା ଜଣାଯାଇଛି ।

ସୂଚନାନୁଯାୟୀ, ଆଜି ଦିନ ପ୍ରାୟ ସାଢ଼େ ଦଶଟା ବେଳେ ଏକ ଇନୋଭାରେ କୁଶ ଆପଟଙ୍କ ପତ୍ନୀ ଓ ଝିଅ ଯୋଡ଼ାରୁ କେନ୍ଦୁଝର ଯାଉଥିଲେ । ଏହି ସମୟରେ ଅପର ପଟରୁ ଆସୁଥିବା ଏକ ହାଇଓ୍ଵା ଇନୋଭାକୁ ଦ୍ରୁତ ବେଗରେ ଧକ୍କା ଦେଇଥିଲା ।

ଫଳରେ ଘଟଣାସ୍ଥଳରେ ଇନୋଭା ଡ୍ରାଇଭର ପେନୁ ମହାକୁଡ଼ଙ୍କ ମୃତ୍ୟୁ ହୋଇଛି । କାର ମଧ୍ୟରୁ ସମସ୍ତ ଆହତଙ୍କୁ ବାହାର କରି ଯୋଡ଼ା ଟାଟା ଷ୍ଟିଲ୍‌ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ହେଲେ ସ୍ୱାସ୍ଥ୍ୟରେ ଅବନତୀ ଘଟିବାରୁ ଆହତମାନଙ୍କୁ ଏକ ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ଭୁବନେଶ୍ୱର ଚିକିତ୍ସା ନିମନ୍ତେ ସ୍ଥାନାନ୍ତର କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.