Below header

ମାନବିକତା ଦେଖାଇଲେ ଡ୍ରାଇଭର, ଜଳନ୍ତା ମଣିଷକୁ ଉଦ୍ଧାର କରି ଦେଲେ ନୂଆ ଜୀବନ

ବାଲେଶ୍ୱର(କେନ୍ଯୁଜ୍): ମାନବିକତା ଦେଖାଇଲେ ଡ୍ରାଇଭର । ପରିସ୍ରା କରିବାକୁ ଯାଇ ବିଦ୍ୟୁତ ଆଘାତରେ ଛଟ ପଟ ହୋଇ ଜଳୁଥିବା ଅବସ୍ଥାରେ ଜଣେ ରଙ୍ଗ ମିସ୍ତ୍ରୀଙ୍କୁ ସାହସର ସହ ଉଦ୍ଧାର କରି ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟ ରେ ଭର୍ତି କରିଛନ୍ତି । ଆଜି ଦିନ ୧୦ ଟା ବେଳେ ରେମୁଣା ଗୋଲେଇ ନିକଟରେ ଗନିପୁର ପଞ୍ଚାୟତ ବଗଲପୁର ଗାଁ ର ଜଣେ ରଙ୍ଗ ମିସ୍ତ୍ରୀ ସେକ ଅଝର୍ ଏକ ବିଦ୍ୟୁତ୍ ଖୁଣ୍ଟ ପାଖକୁ ପରିସ୍ରା କରିବାକୁ ଯାଇ ଦୁର୍ଭାଗ୍ୟ ବଶତଃ ବିଦ୍ୟୁତ୍ ଆଘାତର ଶିକାର ହୋଇଥିଲେ । ସୌଭାଗ୍ୟ ବଶତଃ ସ୍ଥାନୀୟ ଏକ ଗ୍ୟାରେଜ ରେ ଟାଟା ରୁ ପାରାଦ୍ଵୀପ ଫେରୁଥିବା ବି ପି ସି ତେଲ ଟ୍ୟାଙ୍କର ର ଡ୍ରାଇଭର ମନୋଜ କୁମାର ସିଂହ ଗାଡ଼ି ସଜାଡୁ ଥିବା ବେଳେ ରଙ୍ଗ ମିସ୍ତ୍ରୀ ଜଣକ ଜଳୁଥିବା ଦେଖି ସାହସର ସହ ଉଦ୍ଧାର କରି ଜଣେ ଗାଡି ମାଲିକଙ୍କୁ କାର ମାଗି ବାଲେଶ୍ୱର ମେଡିକାଲ୍ ରେ ପହଞ୍ଚାଇ ଥିଲେ । ମନୋଜ ଙ୍କ କହିବା କଥା ଘଟଣା ବେଳେ ସେ ଆମ୍ବୁଲାନ୍ସ ଓ ୧୦୮ କୁ କଲ୍ କରିଥିଲେ ମଧ୍ୟ କେହି ଉତ୍ତର ଦେଇ ନଥିଲେ ହେଲେ ମନୋଜ ବିଳମ୍ବ ନ କରି ତତକ୍ଷଣାତ୍ ମେଡିକାଲ୍ ନେବା ପାଇଁ ଚିନ୍ତା କରିଥିଲେ । ଗୁରୁତର ଜଣକଙ୍କ ସମ୍ପର୍କୀୟ କେହି ମେଡିକାଲ୍ ରେ ନଥିବା ବେଳେ ସେ ନିଜେ ସମସ୍ତ କାର‌୍ୟ୍ୟ ତୁଲାଇ ଥିଲେ । ବର୍ତ୍ତମାନ ଗୁରୁତର ଅବସ୍ଥାରେ ସେକ ଅଝାର ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.