ରାତି ଅଧରେ ଛେଳି ଚୋରି କରିବାକୁ ଆସିଥିଲେ ଚୋର, ଗ୍ରାମବାସୀଙ୍କ ହାତରେ ଧରାପଡ଼ି ଖାଇଲେ ଛେଚା

ବାଲେଶ୍ୱର(କେନ୍ଯୁଜ୍) : ଜିଲ୍ଲା ସଦର ବ୍ଲକ ଶାସଙ୍ଗ ଗ୍ରାମରେ ଛେଳି ଚୋରି କରୁଥିବା ଅଭିଯୋଗରେ ଲୋକମାନେ ଚୋରଙ୍କୁ ବହେ ଛେଚିଥିବା ଦେଖିବାକୁ ମିଳିଛି। ରାତି ପ୍ରାୟ ୧ଟା ବେଳେ ୩ଟି ବାଇକରେ ୬ ଜଣ ଚୋର ଗ୍ରାମ ଭିତରକୁ ପଶି ଛେଳି ଓ କୁକୁଡ଼ା ଚୋରି କରିଥିଲେ। ଚୋରି କରି ନେଉଥିବା ବେଳେ ବାଟରେ କିଛି ଯୁବକଙ୍କ ହାତରେ ଚୋରମାନେ ଧରା ପଡ଼ିଥିଲେ। ସେଠାରୁ ୫ ଜଣ ଚୋର ଖସି ପଳାଇଥିବା ବେଳେ ବର୍ଦ୍ଧନପୁର ଗ୍ରାମର ଅକ୍ଷୟ ଦଳେଇ ନାମକ ଯୁବକ ଚୋରକୁ କାବୁ କରିଥିଲେ। ତା ନିକଟରୁ ଏକ ଛେଳି ଜବତ କରିବା ସହ ଗ୍ରାମବାସୀ ସେଠାରେ ପହଞ୍ଚି ଚୋରକୁ ଉତ୍ତମ ମଧ୍ୟମ ଦେଇ ସଦର ଥାନା ପୋଲିସକୁ ଜିମା ଦେଇଥିବା ଜଣାପଡିଛି। ପୋଲିସ ଅଭିଯୁକ୍ତର ବାଇକ ଜବତ କରିଥିବା ଜଣାପଡ଼ିଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.