କଦଳୀର ଫାଇବରରୁ ପ୍ରସ୍ତୁତ ଏହି ସାନିଟାରୀ ପ୍ୟାଡ୍, ୧୨୨ ଥର ଧୋଇ କରିପାରିବେ ପୁନଃବ୍ୟବହାର

ଏବେ ସାନିଟାରୀ ପ୍ୟାଡର ପର୍ଯାବରଣ କ୍ଷତି ଘଟିବ ନାହିଁ। ଆଇଆଇଟି ଦିଲ୍ଲୀର ଦୁଇ ଛାତ୍ର କଦଳୀର ଫାଇବରରୁ ସାନିଟାରୀ ପ୍ୟାଡ୍ ପ୍ରସ୍ତୁତ କରିବାର ଟେକନିକ ବାହାର କରିଛନ୍ତି। ଏହି ପ୍ୟାଡକୁ ୧୨୨ ଥର ଧୋଇ ଦୁଇ ବର୍ଷ ପର୍ଯ୍ୟନ୍ତ ପ୍ରୟୋଗ କରାଯାଇହେବ। ବାରମ୍ବାର ବ୍ୟବହାର କରିବା ପରେ ମଧ୍ୟ ଏହାଦ୍ୱାରା କୌଣସି ସଂକ୍ରମଣର ଭୟ ରହିବ ନାହିଁ। ଗୋଟିଏ ସାନିଟାରୀ ପ୍ୟାଡ୍ ଶହେ ଟଙ୍କାରେ ଉପଲବ୍ଧ ହେବ।
ଆଇଆଇଟି ଦିଲ୍ଲୀର ବିଟେକ ଚତୁର୍ଥ ବର୍ଷର ଛାତ୍ର ଅର୍ଚ୍ଚିତ ଅଗ୍ରଓ୍ଵାଲ ଏବଂ ହ୍ୟାରୀ ସେହରାବତ ବିଭିନ୍ନ ବିଭାଗର ପ୍ରଫେସରଙ୍କ ଅଧ୍ୟକ୍ଷତାରେ ଏହି ସାନିଟାରୀ ପ୍ୟାଡ୍ ବନାଇବାରେ ସଫଳତା ହାସଲ କରିଛନ୍ତି। ବିଟେକ ଛାତ୍ର ସାମ୍ଫେ ନାମକ ଷ୍ଟାଟଅପ ବନାଇଛନ୍ତି। ଏହି ଷ୍ଟାର୍ଟଅପ ଦ୍ୱାରା ଏହି ସାନିଟାରୀ ପ୍ୟାଡକୁ ପ୍ରସ୍ତୁତ କରାଯାଇଛି।
ଏମିତି କରାଗଲା ପ୍ରସ୍ତୁତ
ଦୁଇ ଛାତ୍ରଙ୍କ ମୁତାବକ ଚାରିଟି ପଯ୍ୟାର୍ୟରେ ଏହି ସାନିଟାରୀ ପ୍ୟାଡକୁ ପ୍ରସ୍ତୁତ କରିବାରେ ପଲିଏଷ୍ଟର ପିଲିଂ, କଦଳୀର ଫାଇବର ଏବଂ କାର୍ଟନ ପଲିୟୁରେଥେନ ଲିମିଟେଡର ପ୍ରୟୋଗ କରାଯାଇଛି। କଦଳୀର ଯେଉଁ ତତ୍ତ୍ୱକୁ ଫୋପାଡି ଦେଇଥାନ୍ତି ତା ଭିତରୁ ଫାଇବରକୁ ବାହାର କରି ମେସିନରେ ସୁଖାଗଲା।
ଏହି ଫାଇବର ଉପରେ ଏକ ପ୍ରକାର କପଡାର ପ୍ରୟୋଗ କରାଯାଇଛି ଯାହା ଓଦାକୁ ଶୁଖାଇଥାଏ। ଏହାପରେ ଲିକେଜ ରୋକିବା ପାଇଁ ମେଡିକାଲରେ ବ୍ୟବହାର କରାଯାଉଥିବା ଏକ କେମିକାଲର ପ୍ରୟୋଗ କରାଯାଇଛି। ସାନିଟାରୀ ପ୍ୟାଡକୁ ଏହାଦ୍ୱାରା କଭର କରାଯାଇଛି। ଅନ୍ୟ ପ୍ୟାଡରେ ସିନ୍ଥେଟିକ ଏବଂ ପ୍ଲାଷ୍ଟିକ ବ୍ୟବହାର କରାଯାଏ। ଯାହାଦ୍ୱାରା ପର୍ଯାବରଣକୁ କ୍ଷତି ପହଁଚାଇଥାଏ।
ତେବେ ଦୁଇ ଛାତ୍ର କହିଛନ୍ତି ଯେ ଅକ୍ଷୟକୁମାରଙ୍କ ଫିଲ୍ମ ପ୍ୟାଡମ୍ୟାନରେ ସାଧାରଣ ମହିଳା ସାନିଟାରୀ ପ୍ୟାଡ ପ୍ରତି ଜାଗ୍ରୁକ ତ ହେଲେ କିନ୍ତୁ ପର୍ଯାବରଣକୁ କ୍ଷତି ପହଁଚାଉଥିବା ସମସ୍ୟାରୁ ମୁକ୍ତି ମିଳିଲା ନାହିଁ। ସାନିଟାରୀ ପ୍ୟାଡ୍ ପ୍ରୟୋଗ ପରେ ଫୋପାଡି ଦିଆଯାଉଛି କିନ୍ତୁ ତାହା ନଷ୍ଟ ହେବାରେ ୫୦ରୁ ୬୦ବର୍ଷ ପର୍ଯ୍ୟନ୍ତ ଲାଗିଯାଏ। ସେହିଭଳି ଏହା କାରଣରୁ ମାଟିକୁ ମଧ୍ୟ କ୍ଷତି ପହଁଚାଇଥାଏ। ଏହି ସାନିଟାରୀ ପ୍ୟାଡକୁ ଜଳାଇଲେ ହାନିକାରକ ଧୂଆଁ ବାହାରିଥାଏ ଯାହାଦ୍ୱାରା ବାୟୁ ପ୍ରଦୂଷଣ ହୋଇଥାଏ। ଭାରତରେ ପ୍ରାୟ ୩୩୬ ମହିଳାଙ୍କ ମଧ୍ୟରୁ ୩୫ ପ୍ରତିଶତ ୧୨୧ ମିଲିୟମ ଡିଷ୍ପୋଜାଲ ସାନିଟାରୀ ପ୍ୟାଡର ଉପଯୋଗ କରୁଛନ୍ତି।