ବାଥଟବ୍‌ରେ ବସିଥିବା ପରିଣୀତିଙ୍କ ମୁଣ୍ଡରୁ ବୋହୁଛି ରକ୍ତ, କିଏ କଲା ପରୀଙ୍କ ଏପରି ଅବସ୍ଥା

କଥାଟି ପଢି ଆଶ୍ଚର୍ଯ୍ୟ ହେଉଥିବେ ନିଶ୍ଚିତ। ଭାବୁଥିବେ ପରିଣୀତିଙ୍କର ଏପରି ଅବସ୍ଥା କେମିତି ହେଲା। ବାଥଟବ୍‌ରେ ବସିଥିବା ପରିଣୀତିଙ୍କ ମୁଣ୍ଡରୁ ରକ୍ତ ବୋହୁଥିବା ଫଟୋ ସାମ୍ନାକୁ ଆସିଛି। କେବଳ ଏତିକି ନୁହେଁ, ଏଥିରେ ପରିଣୀତି ଭୟଭୀତ ହେବା ଭଳି ମଧ୍ୟ ନଜର ଆସିଛନ୍ତି। ଯାହାକୁ ଦେଖି ପରିଣୀତିଙ୍କ ପ୍ରଶଂସକ ମଧ୍ୟ ହୋସ ଉଡିଯାଇଛି। କିନ୍ତୁ ଆପଣମାନେ ଏହାକୁ ଦେଖି ବିଲକୁଲ ଡରନ୍ତୁ ନାହିଁ। ଏହା ହେଉଛି ପରିଣୀତିଙ୍କ ଫିଲ୍ମ ‘ ଦ ଗର୍ଲ ଅଫ ଦ ଟ୍ରେନ’ର ହିନ୍ଦୀ ରିମେକର ଫାଷ୍ଟ ଲୁକ୍‌। ଏହା ତାଙ୍କ ଜୀବନର ସବୁଠାରୁ ମୁସ୍କିଲ ଚରିତ୍ର ବୋଲି ପୋଷ୍ଟ କରି ପରୀ ଲେଖିଛନ୍ତି।

ଏହି ଫିଲ୍ମ ପଲ ହକିନ୍ସଙ୍କ ପ୍ରସିଦ୍ଧ ପୁସ୍ତକ ‘ ଦ ଗର୍ଲ ଅନ ଦ ଟ୍ରେନ’ ଉପରେ ଆଧାରିତ। ପୂର୍ବରୁ ଷ୍ଟିନ ସ୍ପିଲବଗର୍ସ ଏହାକୁ ନେଇ ଫିଲ୍ମ କରିଥିଲେ, ଯେଉଁଥିରେ ଏମିଲ ବ୍ଲଣ୍ଟ ଲିଡ ରୋଲରେ ଥିଲେ। କିନ୍ତୁ ହିନ୍ଦୀ ରିମେକରେ ପରିଣୀତି ଜଣେ ନିଶାସକ୍ତ ଛାଡପତ୍ର ମହିଳା ଚରିତ୍ରରେ ନଜର ଆସିବେ। ଯାହାକୁ ନେଇ ପରିଣୀତି ବେଶ ଉତ୍ସାହିତ ରହିଛନ୍ତି। ଫିଲ୍ମକୁ ରିଭୁ ଦାସଗୁପ୍ତା ନିର୍ଦ୍ଦେଶନା ଦେବେ।

ଏହାସହ ପଢନ୍ତୁ ; କଙ୍ଗନାଙ୍କ ଶାଢୀର ମୂଲ୍ୟ ଜାଣିଲେ ଉଡିଯିବ ଆପଣଙ୍କ ହୋସ୍‌