Below header

ଖୋର୍ଦ୍ଧାରେ ଏନକାଉଣ୍ଟର ପରେ ଉଠିଛି ଅନେକ ରହସ୍ୟ ଉପରୁ ପରଦା, ସ୍କୁଲ ଓ କଲେଜ ପିଲାଙ୍କ ଜରିଆରେ ଚାଲିଥିଲା ଧଳା ଜହର ନେଟୱାର୍କ

ଖୋର୍ଦ୍ଧା ଏନକାଉଣ୍ଟର ଘଟଣାରେ ସାମ୍ନାକୁ ଆସିଲା ସାଂଘାତିକ ତଥ୍ୟ। STF ଏନକାଉଣ୍ଟରରେ ଆହତ ଡ୍ରଗ୍ସ ବେପାରୀ ମନୋରଞ୍ଜନ ସାହୁ ଖୋଲିଲେ ଧଳା ଜହର କାରବାରର ନେଟୱର୍କ। ସ୍କୁଲ ଓ କଲେଜ ପିଲାଙ୍କ ଜରିଆରେ ବଢାଇ ଚାଲିଥିଲେ ନିଜ କାରବାରରର ସାମ୍ରାଜ୍ୟ। ଜଳେଶ୍ୱର ଦେଇ ବାଂଲାଦେଶରୁ ଡ୍ରଗ୍ସ ଆଣି କାରବାର କରୁଥିଲେ। ଏହାପରେ ସାରା ରାଜ୍ୟକୁ ଚାଲାଣ କରୁଥିଲେ। ଗତକାଲି ଏଲଆଇସି ପଡ଼ିଆରେ ଏନକାଉଣ୍ଟର ହୋଇଥିଲା । ଗୁଳି ବିନିମୟରେ ୨ରୁ ୩ ଜଣ କ୍ରାଇମବ୍ରାଞ୍ଚ ଅଧିକାରୀ ଆହତ ହୋଇଥିବା ସୂଚନା ମିଳିଛି । ଖଣି ଓ ଡ୍ରଗ୍ସ ମାଫିଆଙ୍କ ସହ କ୍ରାଇମବ୍ରାଞ୍ଚ STFର ଗୁଳିବିନିମୟ ହୋଇଥିଲା । ଏସ୍ଟିଏଫର ଏନକାଉଣ୍ଟରରେ ମନୋରଞ୍ଜନ ସାହୁଙ୍କୁ ଗିରଫ କରାଯାଇଥିବାବେଳେ ମାଷ୍ଟରମାଇଣ୍ଡ ସଂଜୟ ପ୍ରଧାନ ଫେରାର ଅଛି। । ଏମାନେ ବନ୍ଧୁକ କାରବାରରେ ମଧ୍ୟ ସଂପୃକ୍ତ ଥିବା ସୂଚନା ମିଳିଛି। ଏସ୍ଟିଏଫ୍ ତଦନ୍ତ ଜାରି ରଖିଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.