Below header

ଯାଜପୁର ରୋଡ: ପାରିବାରିକ କଳହରୁ ମାନସିକ ବିକାରଗ୍ରସ୍ତ ଯୁବକକୁ ହତ୍ୟା,  ମା ଓ ଭାଇକୁ ଅଟକ ରଖିଲା ପୋଲିସ

ଯାଜପୁର ରୋଡ: ପାରିବାରିକ କଳହରୁ ଘଟିଛି ହିଂସାକାଣ୍ଡ।  ନିଜ ମାନସିକ ବିକାରଗସ୍ତ ପୁଅକୁ ନିସ୍ତୁକ ପିଟୁଛି ନୃଶଂସ ମା । ଯାହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଘଟାଣାଟି ଘଟିଛି ଯାଜପୁର ରୋଡ ଥାନା ଅନ୍ତର୍ଗତ ନୂଆଗାଁ ଅଞ୍ଚଳରେ। ଗାଁର ନରେନ୍ଦ୍ର ସାହୁ ନାମକ ଜଣେ ମାନସିକ ରୋଗୀର ଦୌରାତ୍ମ୍ୟ ସହିନପାରି ତାଙ୍କ ବାପା, ମା ଓ ଭାଇ ମିଶି ନରେନ୍ଦ୍ରଙ୍କୁ ନିସ୍ତୁକ ମାଡ ମାରିଥିଲେ। ପରେ ଦାନଗଦୀ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ । ଆଜି ସକାଳୁ ଘର ଅଗଣାରୁ କ୍ଷତାକ୍ତ ଅବସ୍ଥାରେ ନରେନ୍ଦ୍ରଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତଦେହ ନିକଟରୁ ପୋଲିସ ରକ୍ତଭିଜା ଇଟା ଓ କୀଟ ନାଶକ ଔଷଧ ଉଦ୍ଧାର କରିଛି । ଏହା ହତ୍ୟା ନା ଆତ୍ମହତ୍ୟା ତାହା ସ୍ପଷ୍ଟ ହୋଇନାହିଁ । ପୋଲିସ ଏକ ହତ୍ୟା ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି । ସେପଟେ ସନ୍ଦେହରେ ନରେନ୍ଦ୍ରର ମା, ବାପା, ଭାଇଙ୍କୁ ଥାନାରେ ଅଟକ ରଖିଛି ପୋଲିସ ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.