ଟାଙ୍ଗୀ ନିକଟରେ ଛତ୍ରପୁର MVIଙ୍କ ଗାଡି ଦୁର୍ଘଟଣା, ଜଣେ ମୃତ ଏବଂ ଦୁଇ ଗୁରୁତର

ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା କୟଥପଲ୍ଲା ଛକ ନିକଟରେ ହୋଇଛି ଦୁର୍ଘଟଣା । ଏଥିରେ ଜଣଙ୍କର ମୃତ ହୋଇଥିବା ବେଳେ ୨ ଗୁରୁତର ଆହତ ହୋଇଛନ୍ତି। ଗଂଜାମ ଜିଲ୍ଲା ଛତ୍ରପୁର ଜୁନିୟର MVIର ପ୍ରତାପ ବେହେରା ଏବଂ କନେଷ୍ଟବଳ ଶିବ ପ୍ରସାଦ ବାହୁବଳେନ୍ଦ୍ର ଦୁର୍ଘଟଣାରେ ଆହତ ହୋଇଛନ୍ତି । ଆହତଙ୍କୁ ପ୍ରଥମେ ଟାଙ୍ଗୀ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ପରେ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି। MVIଙ୍କ ଗାଡି ଚଳାଉଥିବା ଡ୍ରାଇଭରର ଘଟଣା ସ୍ଥଳରେ ମୃତ୍ୟୁ ହୋଇଛି । MVI ହୁଣ୍ଡାଇ କଂପାନୀ ର ସେଟ୍ରା ଗାଡ଼ିରେ ଭୁବନେଶ୍ୱରରୁ ଛତ୍ରପୁର ଫେରୁଥିଲେ । ଏହି ସମୟରେ ଏକ ଟ୍ରକ ପଛରେ MVIଙ୍କ ଗାଡି ଧକ୍କା ଦେବାରୁ ଏହି ଦୁର୍ଘଟଣା ଘଟିଥିଲା , ଟାଂଗୀ ପୋଲିସ ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.