Below header

ଭୁବନେଶ୍ବର: କାର ଭିତରେ ମଦ ପିଇ ରୋମନ୍ସ ସହ ବେପାରୁଆ ଗାଡି ଚଳାଇ ନେଇଗଲେ ସ୍କୁଟି ଚାଳକର ଜୀବନ

କେନ୍ୟୁଜ୍(ବ୍ୟୁରୋ):ବେପାରୁଆ ଗାଡ଼ି ଚଳାଇ ନେଇଗଲେ ଜଣେ ଯୁବକର ଜୀବନ। ଏପରି ଘଟଣା ଘଟିଛି ରାଜଧାନୀ ଭୁବନେଶ୍ବରର ସିଆରପିଏଫ ଛକ ନିକଟରେ । ଗତକାଲି ସାଢେ ୧୨ଟା ବେଳେ ସିଆରପିଏଫ ଫ୍ଲାଏ ଓଭର ଉପରେ ଏକ କାର ଡିଜେ ବଜାଇ ମସ୍ତୀ କରି ଦ୍ରୁତ ଗତିରେ ଯାଉଥିଲା । କାର ଭିତରେ ଦୁଇଜଣ ଯୁବକ ଓ ଯୁବତୀ ମଦ ପିଇବା ସହ ରୋମାନ୍ସ  କରି କରି ରାସ୍ତାରେ ଯାଉଥିଲେ। ଗାଡ଼ିଚାଳନା ସାଙ୍ଗକୁ ସେମାନଙ୍କ ହୋହଲ୍ଲାକୁ ଦେଖିଲେ କାର୍‌ଟି କେଉଁଠି ନା କେଉଁଠି ଦୁର୍ଘଟଣାଗ୍ରସ୍ତ ହେବ ବୋଲି ରାସ୍ତାରେ ଯାଉଥିବା ଲୋ‌କେ ଠଉରେଇ ସାରିଥାନ୍ତି। ଶେଷରେ  ଲୋକଙ୍କ ଭାବନା ସତ ହେଲା  କାରଟି ଏକ ସ୍କୁଟି ଚାଳକକୁ  ପିଟି ସିଧା ଯାଇ ସିଆରପି ଛକ ବ୍ରିଜର କାନ୍ଥରେ ପିଟି ହୋଇଥିଲା। ସ୍କୁଟି ଚାଳକଙ୍କୁ  ଜୋରରେ ଧକ୍କା ଦେଇଥିବାରୁ ଘଟଣା ସ୍ଥଳରେ ତାଙ୍କର ଜୀବନ ଚାଲିଯାଇଥିଲା ।ମୃତ ସ୍କୁଟି ଚାଳକ ହେଲେ ସୁନ୍ଦରଗଡ଼ର ରାଜେଶ ସ୍ବାଇଁ(୩୫)। ନିଜ ଭଉଣୀର ବାହାଘର ପାଇଁ ବର ଦେଖିବାକୁ ସେ ଭିଏସ୍‌ଏସ୍‌ନଗର ଅଭିମୁଖେ ଯାଉଥିବା ବେଳେ ଏଭଳି ମର୍ମନ୍ତୁଦ ଦୁର୍ଘଟଣାର ଶିକାର ହେଲେ।

  ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ଅନୁସାରେ କାର୍‌ ଭିତରେ ଚାଳକକୁ ମିଶାଇ ସମୁଦାୟ ଚାରି ଜଣ ଯୁବକ, ଯୁବତୀ ଥିଲେ। ସେମାନେ ଏତେ ପରିମାଣର ମଦ ପିଇଥିଲେ ଯେ ଗାଡ଼ି ଭିତରେ ଜୋରରେ ଶବ୍ଦ କରି ଯାଉଥିଲେ।   ଗାଡ଼ି ମଝିରେ ମଝିରେ ନିୟନ୍ତ୍ରଣ ହରାଉଥିଲା। କିନ୍ତୁ ସେଥିପ୍ରତି କାହାର ନିଘା ନଥିଲା। କାରଣ ସେମାନଙ୍କୁ ମତୁଆଲ କରୁଥିଲା ମଦ ଓ ରୋମାନ୍ସ ଚକ୍କର।  ଯେଉଁଥିପାଇଁ ଏହି ଦୁର୍ଘଟଣା  ଘଟି ସ୍କୁଟି ଚଳାଉଥିବା ଯୁବକଙ୍କ ଜୀବନ ଚାଲିଗଲା । ନୟାପଲ୍ଲୀ ପୋଲିସ ଦୁର୍ଘଟଣା ଘଟାଇଥିବା କାର୍‌କୁ ଜବତ କରିଥିବାବେଳେ କାର୍‌ରେ ଥିବା ସିକିମ୍ ଓ ଉତ୍ତରାଖଣ୍ଡର ଦୁଇ ଜଣ ଯୁବତୀ ଏବଂ ଦିଲ୍ଲୀ ଓ କେନ୍ଦ୍ରାପଡ଼ାର ଦୁଇଜଣ ଯୁବକଙ୍କୁ ଅଟକ ରଖିଛି। ମଦ୍ୟପାନ କରି କାର୍ ଚଳାଉଥିବା ଦିଲ୍ଲୀର ଅମିତ୍ ଗୋଏଲଙ୍କୁ ନୂଆପଲ୍ଲୀ ପୁଲିସ ଗିରଫ କରିଛି। ଏହା ସହିତ କାର୍‌ ଭିତରୁ ମଦ ବୋତଲ ମଧ୍ୟ ଜବତ କରାଯାଇଥିବା ଜଣାପଡ଼ିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.