Below header

ମଦୁଆ ଶିକ୍ଷକଙ୍କ ଅଶିକ୍ଷିତ କାମ, ମହାକାଳପଡ଼ା ବ୍ଲକ ଶିକ୍ଷା କାର୍ଯ୍ୟାଳୟ ପରିସରରେ ନିଶାସକ୍ତ ଅବସ୍ଥାରେ କରିଥିଲେ ଉନ୍ମତ୍ତ କାଣ୍ଡ

ମହାକାଳପଡ଼ା : କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ ଶିକ୍ଷା କାର୍ଯ୍ୟାଳୟ ପରିସରରେ ମଦ୍ୟପ ଶିକ୍ଷକ ନିଜର ଉନ୍ମତ୍ତ କାଣ୍ଡ ପାଇଁ ନିଲମ୍ବିତ ହୋଇଛନ୍ତି । ସ୍ଥାନୀୟ କୁମାରପଡା଼ ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ ଅପୂର୍ବ ରାଉତ ଅତ୍ୟଧିକ ମଦ୍ୟପାନ କରି ବ୍ଲକ ଶିକ୍ଷା କାର୍ଯ୍ୟାଳୟରେ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିଥିଲେ।

ଏହାସହିତ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଫୋପଡ଼ା ଫିଙ୍ଗା କରିବା ସହ କମ୍ପ୍ୟୁଟର ଭଙ୍ଗାରୁଜା କରିଥିଲେ । ଖବରପାଇ ମହାକଳପଡ଼ା ପୋଲିସ ଘଟଣାସ୍ଥଳରେ ପହଁଚି ମଦ୍ୟପ ଶିକ୍ଷକଙ୍କୁ କାବୁ କରିଥିଲା । ଏହି ଘଟଣାରେ ମହାକାଳପଡ଼ା ବିଇଓ ମଦ୍ୟପ ଶିକ୍ଷକଙ୍କୁ ନିଲମ୍ବିତ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.