ପାଣି ଭର୍ତ୍ତି ସିଲଭର ହଣ୍ଡା ଭିତରେ ପଡି ଶିଶୁ କନ୍ୟା ମୃତ

କୁଚିଣ୍ଡା : ସିଲଭର ହଣ୍ଡା ଭିତରେ ପଡି ଶିଶୁ କନ୍ୟା ମୃତ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କୁଚିଣ୍ଡା ଥାନା ଡୁମେରମୁଣ୍ଡା ଗ୍ରାମରେ। ଗ୍ରାମର ଶୁଶିଲ ସୋରେନଙ୍କ ୧ବର୍ଷ ଶିଶୁ କନ୍ୟା ଖେଳୁଥିବା ସମୟରେ ହଠାତ୍ ପାଣି ଭର୍ତ୍ତି ଥିବା ଏକ ସିଲଭର ହଣ୍ଡା ଭିତରେ ପଡିଯାଇଥିଲା।

ତେବେ କିଛି ସମୟ ଭିତରେ ପରିବାର ଲୋକେ ଶିଶୁଟିକୁ ଉଦ୍ଧାର କରି କୁଚିଣ୍ଡା ମେଡିକାଲକୁ ଆଣିଥିଲେ। କିନ୍ତୁ ସେଠାରେ ଡାକ୍ତର ଶିଶୁ କନ୍ଯାଟିକୁ ମୃତ ଘୋଷଣା କରିଥିଲେ। ଏନେଇ କୁଚିଣ୍ଡା ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଲାଇଛି।

Leave A Reply

Your email address will not be published.