ଧୀରେ ଧୀରେ ଚାଲୁଥିବା କଇଁଛ କେମିତି ନୂଆ ଟେକ୍ନିକ୍‌ ବ୍ୟବହାର କରି ଅଚାନକ ଜୋରରେ ଦୌଡ଼ିଲା, ଦେଖନ୍ତୁ ଭିଡିଓ

କଇଁଛ ନାଁ ଶୁଣିବା ମାତ୍ରେ ତାର ଧୀମା ଚାଲି କଥା ମନକୁ ଆସେ। କିନ୍ତୁ ଦୁନିଆର ସବୁଠୁ ଧୀରେ ଚାଲୁଥିବା କଇଁଛ ଯଦି ଅଚାନକ ଦ୍ରୁତ ବେଗରେ ଦୌଡ଼ିବାକୁ ଲାଗିବ ତେବେ ଏହା ଦେଖି ଆଶ୍ଚର୍ଯ୍ୟ ହେବା ସ୍ୱାଭାବିକ୍‌।

ଟ୍ଵିଟରରେ ଏବେ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ କଇଁଛ ଦ୍ରୁତ ଗତିରେ ଦୌଡ଼ୁଥିବା ଦେଖାଯାଇଛି। ଏହି ମଜାଦାର ଭିଡିଓରେ କଇଁଛ ନିଜ ସ୍ପିଡ ବଢ଼ାଇବା ପାଇଁ ଏକ ନିଆରା ଯୁଗାଡ଼ କରିଛି। କଇଁଛ ଏକ ଖେଳନା କାର୍‌ ଉପରେ ବସି ସ୍ପିଡ୍‌ରେ ଯାଉଥିବା ଦେଖାଯାଇଛି। ୧୩ ସେକେଣ୍ଡର ଏହି କ୍ଲିପ୍‌ରେ କଇଁଛଟି କାର ଉପରେ ବସି ଦୌଡ଼ୁଥିବା ଦେଖାଯାଇଛି।

ଟ୍ଵିଟରରେ ଏହି ଭିଡିଓକୁ Earth’s beauty ନାମକ ଆକାଉଣ୍ଟରୁ ସେୟାର କରାଯାଇଛି। ଭିଡିଓର କ୍ୟାପ୍‌ସନ୍‌ରେ ଲେଖାଯାଇଛି ‘କଇଁଛ ନିଜ ସ୍ପିଡ୍‌ ବଢ଼ାଉଛି’। ଏବେ ଯାଏଁ ଭିଡିଓକୁ ୨୭ ହଜାରରୁ ଊର୍ଦ୍ଧ୍ୱ ଥର ଦେଖାସରିଲାଣି। ଲୋକମାନେ ଭିଡିଓକୁ ଖୁବ୍‌ ପସନ୍ଦ କରୁଥିବା ଦେଖାଯାଇଛି।

Leave A Reply

Your email address will not be published.